Saturday, March 7, 2026
Homeଅଘଟଣ୫ କେଜି ୭୦ ଗ୍ରାମ ଓଜନର ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ ।

୫ କେଜି ୭୦ ଗ୍ରାମ ଓଜନର ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ ।

ପଦ୍ମପୁର– ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ଗୋଠୁଗୁଡା ଛକ ନିକଟରେ ଝାରବନ୍ଧ ପୋଲିସ ନାକା ଚେକିଙ୍ଗ କରିବା ସମୟରେ ଗୋଟିଏ ମୋଟର ସାଇକେଲରେ ଦୁଇଜଣା ଲୋକ ଗୋଟିଏ ବସ୍ତାରେ ଗଞ୍ଜେଇ ନେଇଥିବା ବେଲେ ପୋଲିସ ବାକୁ କରିଥିଲା । ସେମାନଙ୍କ ଠାରୁ ୫ କେଜି ୭୦ ଗ୍ରାମ ଓଜନର ଗଞ୍ଜେଇ ,ନମ୍ବର ବିହିନ ଗୋଟିଏ ବଜାଜ ପ୍ଲାଟିନା ମୋଟର ସାଇକେଲ ଓ ନଗଦ ୫୧୦ ଟଙ୍କା ଜବତ କରିଥିଲେ । ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତ ମାନେ ହେଲେ ବୁଡେନ ଥାନା ଅନ୍ତର୍ଗତ ନରେନ୍ଦ୍ରପୁରର ବିରଞ୍ଚି ଭୋଇ ଓ ସୁପ୍ରଶନ ସାହୁ । ଉଭୟେ କନ୍ଧମାଳରୁ ଝାରବନ୍ଧ ଅଂଚଳକୁ ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ସୂଚନା ଦେଇଛି । ଝାରବନ୍ଧ ଥାନା କେଶ ନମ୍ବର ୧୦୪/୨୦୨୫ ଆଧାରରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଝାରବନ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

error: Content is protected !!