ପଦ୍ମପୁର – ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କର ନିର୍ଦ୍ଦେଶ ରେ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବ୍ଲକ ସ୍ତରୀୟ ଯୋଗ ଓ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ ବ୍ଲକ କ୍ରୀଡା ସଂଘର ସେକ୍ରେଟାରୀ ହରେକୃଷ୍ଣ ମେହେର ସଭା ପରିଚାଳନା କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ କେଶରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉଭୟ ପ୍ରତିଯୋଗିତାରେ ଛଅଟି ବର୍ଗରୁ ୬୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

ଚେସ ରେ ବୈଭବ ସାହୁ, ଓମ ପ୍ରକାଶ ସାହୁ, ଶ୍ରାବଣୀ ସାହୁ ଓ ପ୍ରାଚୀ ପ୍ରଜ୍ଞା ସାହୁ ଏବଂ ଯୋଗ ରେ ଶ୍ରୀତମ ସାହୁ,ସମୀର ସେନ୍ଧ୍ରୀଆ, ଲିଶା ବାଗ ଓ ସୌଦାମିନୀ କୁମ୍ଭାର ଚୟନୀତ ହୋଇ ଜିଲ୍ଲା ସ୍ତର ରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶାରୀରିକ ଶିକ୍ଷୟିତ୍ରୀ ନିଳୀମା ରାଣୀ ମହାନ୍ତି,ଗୋବର୍ଦ୍ଧନ ମିଶ୍ର,କେଶବ ପ୍ରଧାନ , ସଦାନନ୍ଦ ସାହୁ,ରଜତ ସିଂହ ବରିହା ତଥା ଅନ୍ୟାନ୍ୟ ବିଦ୍ୟାଳୟର ଶାରୀରିକ ଶିକ୍ଷକ ମାନେ ସାହାଯ୍ୟ କରିଥିଲେ। ଶେଷରେ ଚନ୍ଦ୍ରମଣି ସାହୁ ଧନ୍ୟବାଦ ଜ୍ଞାପନ କରି ସଭାପତିଙ୍କ ଅନୁରୋଧ ଅନୁସାରେ ସଭା ସାଙ୍ଗ କରାଗଲା । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସଫଳ କରିବାରେ ସହାୟତା କରିଥିଲେ।



