Saturday, March 7, 2026
Homeରାଜ୍ୟପଦ୍ମପୁର ଓକିଲ ସଙ୍ଘ ତରଫରୁ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଏବଂ ବରିଷ୍ଠ ଆଇନଜୀବି ସମ୍ବର୍ଦ୍ଧିତ।

ପଦ୍ମପୁର ଓକିଲ ସଙ୍ଘ ତରଫରୁ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଏବଂ ବରିଷ୍ଠ ଆଇନଜୀବି ସମ୍ବର୍ଦ୍ଧିତ।

ପଦ୍ମପୁର – ପଦ୍ମପୁର ଓକିଲ ସଙ୍ଘ ତରଫରୁ ସଙ୍ଘ କାର୍ଯ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ପଦ୍ମପୁର ଓକିଲ ସଙ୍ଘର ଅନୁରୋଧ କ୍ରମେ ଶ୍ରୀ ଜଷ୍ଟିସ ଶତ୍ରୁଘ୍ନ ପୁଝାରୀ ଅଧ୍ୟକ୍ଷ ଓଡିଶା ମାନବଧିକାର କମିଶନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ ଓ ଶ୍ରୀଫଳ ବାଡେଇ ପ୍ରତିମାକୁ ଉନ୍ମୋଚିତ କରିଥିଲେ । ଏହା ସହ ଓକିଲାତି ପେସା ରେ ଦୀର୍ଘ ୫୦ ବର୍ଷ ଧରି ଅନବରତ ଭାବେ କାର୍ଯ୍ୟ ତୁଲାଉଥିବା ବରିଷ୍ଠ ଆଇନଜିବୀ ରତିଶ ଚନ୍ଦ୍ର ଆଚାର୍ଯ୍ୟ, ରାଧାବ୍ଲହବ ପାଣିଗ୍ରାହୀ, ଗୌନ୍ତିଆ କୁମାର ସାହୁ, ପ୍ରେମରାଜ ଅଗ୍ରୱାଲ, ସୁରେଶ ଚନ୍ଦ୍ର ସାହୁଙ୍କୁ ସଙ୍ଘ ତରଫରୁ ସମ୍ମାନିତ କରା ଯାଇଥିବା ବେଳେ ସ୍ବର୍ଗତଃ ରାମକୃଷ୍ଣ ଦାସ, ଗଜାନନ ବାରିକ ଙ୍କୁ ପାଇଁ ମଧ୍ୟ ସ୍ମୃତି ପତ୍ର ତାଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଥିଲା।

ତେବେ ମଧୁବାବୁ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ, ଏବଂ ଆଗାମୀ ଦିନରେ ସମସ୍ତ ଆଇନ ଯିବି ନିଜ ନୀତି ଆଦର୍ଶ କୁ ନ ଭୁଲି ଅନବରତ ଆଇନ ଅନୁଯାଇ ନ୍ୟାୟ ପ୍ରଦାନ ଜାରି ରଖିବେ ବୋଲି ମୁଖ୍ୟ ଅତିଥି ଉଦବୋଧନ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀ ସୂର୍ଯ୍ୟନାରାୟଣ ଦ୍ବିବେଦୀ, ଉପ- ଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୁଗୁଳା, ସବ ଜଜ ସୁଶ୍ରୀ କୁମୁଦିନୀ ମୁଦୁଲି, ଏସ ଡି ଜେ ଏମ ଶ୍ରୀମତୀ ଧୃବି ସୋଲଙ୍କି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଓକିଲ ସଙ୍ଘର ସଭାପତି ଶ୍ରୀ ରାମ ରତନ ପୁରୋହିତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଶ୍ରୀ ଚିନ୍ମୟ କୁମାର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ କୁ ଓକିଲ ଶ୍ରୀ କିଶୋର କୁମାର ମେହେର ପରିଚାଳନା କରିବା ସହ ସଙ୍ଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ।

error: Content is protected !!