ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଚାରପାଲି କେନ୍ଦ୍ରିୟ ଗୋଦାମ ଠାରେ ବନଖଣ୍ଡ ଅଧିକାରୀ,ପଦ୍ମପୁର କେନ୍ଦୁପତ୍ର ବନଖଣ୍ଡ ତରଫରୁ ମୃତ୍ୟୁ କାଳିନ ସହାୟତା ଓ ଆନୁତୋଷିତ ରାଶି ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାରପାଲି କେନ୍ଦ୍ରିୟ ଗୋଦାମ ଠାରେ ପଦ୍ମପୁର ଡିଏଫଓ ବିଭୁତି ଭୂଷଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ,ସମ୍ମାନିତ ଅତିଥି ଭାବରେ ସିସିଏଫ ରଣଜିତ ମଲ୍ଲିକ ଯୋଗଦେଇ ସରକାରଙ୍କ କେନ୍ଦୁପତ୍ର କଲ୍ୟାଣ ଟ୍ରଷ୍ଟ ପାଣ୍ଠି ତରଫରୁ ସାମୟିକ କର୍ମଚାରୀ,ତୋଲାଲି ଏବଂ ବନେ୍ଧଇ ଶ୍ରମିକ ମାନଙ୍କୁ ଦିଆଯାଉଥିବା ମୃତ୍ୟୁକାଳିନ ସହାୟତା ବିଷୟରେ ଅବଗତ କରିଥିଲେ ।

ଏହା ସହ ଶମିକ ମାନେ ସରକାରଙ୍କ ଧାର୍ଯ୍ୟ ନିୟମ ଅନୁସାରେ ନିଜକୁ ବିଭାଗରେ ପଂଜିକୃତ କରିବା ପାଇଁ ଅନୁରୋଧ କରିଥିଲେ । ଏହି ସଭାରେ ୭୮ ଜଣ ଶ୍ରମିକଙ୍କ ପରିବାର ଲୋକଙ୍କୁ ମୃତକାଲିନ ସହାୟତା ୧୫୬୦୦୦୦୦ ଟଙ୍କା ଓ ୨୪ ଜଣଙ୍କୁ ଅବସରକାଲିନ ସହାୟତା ୧୮୬୮୫୩୦ ଟଙ୍କା ପ୍ରଦାନ କରିଥିଲେ । ଡେପୁଟି ରେଂଜର ବାଲ୍ମିକି ଗହୀର ମଂଚ ପରିଚାଲନା କରିଥିବା ବେଳେ ସଭା ଶେଷରେ ନିହାର ରଂଜନ ସୁତାର ଧନ୍ୟବାଦ ଅର୍ପଣ କରିଥିଲେ ।


