ପଦ୍ମପୁର-କୋଶଳ ରାଜ୍ୟ ସମନ୍ମୟ ସମିତି ପଦ୍ମପୁର କେନ୍ଦ୍ରୀୟ ଆବାହକ ଶ୍ରୀ ପ୍ରଶାନ୍ତ କୁମାର୍ ମାଝୀଙ୍କ ଆହ୍ବାନ ଓ ଶ୍ରୀଯୁକ୍ତ ମନୋରଞ୍ଜନ ସିଂହ ବରିହାଙ୍କ ସଭାପତିତ୍ବରେ ଟାଉନ୍ ହଲ୍ ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରମୋଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସଭା ପୂର୍ବରୁ ମା ସମଲେଇଙ୍କ ଫୋଟୋ ଚିତ୍ରରେ ଶ୍ରୀ ପ୍ରମୋଦ ମିଶ୍ର ,ଗବେଷକ ଶ୍ରୀ ସଞ୍ଜୟ ବହିଦାର ,ନାଟ୍ୟକାର ରାଜେନ୍ଦ୍ର ମହାନ୍ତି, ଶ୍ରୀ ମନୋରଞ୍ଜନ ସିଂହ ବରିହା ,ଶ୍ରୀ ଦଳ ଗଞ୍ଜନ ବରିହା ,ଶ୍ରୀ ସନ୍ତୋଷ ସିଂହ ଠାକୁର ପ୍ରମୁଖ ଦୀପ ପ୍ରଜ୍ଜ୍ବଳନ କରି ଥିଲେ।

ଶ୍ରୀ ପ୍ରଶାନ୍ତ ମାଝୀ ଉଦ୍ଧେଶ୍ୟ ଜ୍ଞାପନ ଓ ମଞ୍ଚାସିନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ସଞ୍ଜୟ ବହିଦାର କୋଶଲ୍ ଇତିହାସ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଶ୍ରୀ ପ୍ରମୋଦ ମିଶ୍ର ମଧ୍ୟ ସଂଗ୍ରାମୀ ମାନଙ୍କୁ ଆନ୍ଦୋଳନ୍ ବିଷୟରେ ଏକ ହୃଦୟ ଗ୍ରହୀ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟେ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି,ସନ୍ତୋଷ ସିଂହ ଠାକୁର,କେଦାର ପାଢ଼ୀ , ଅରବିନ୍ଦ ପଣ୍ଡା ,ବିନୋଦ ବେହେରା ,ପ୍ରମୋଦ ରାୟ ଓ ଅରବିନ୍ଦ ପଟ୍ଟନାୟକ ଆଲୋଚନା କରିଥିଲେ । ଶେଷରେ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।



