Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମଧୁ ବୈଶ୍ୟ ସମାଜର ସାମୁହିକ ନବାନ୍ନ ପାଳିତ ।

ମଧୁ ବୈଶ୍ୟ ସମାଜର ସାମୁହିକ ନବାନ୍ନ ପାଳିତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ର ଲଖମରା ଗ୍ରାମ ର ମଧୁବୈଶ୍ୟ ସମାଜର ସାମୁହିକ ନବାନ୍ନ ଭକ୍ଷଣ ବିଧିବଦ୍ଧ ଭାବେ ପାଳିତ ହୋଇଯାଇଛି l ଏହି ପରିପେକ୍ଷୀରେ ଗ୍ରାମରେ ଥିବା ୨୪ ମଧୁବୈଶ୍ୟ ପରିବାର ଏକତ୍ରିତ ହୋଇ ନବାନ୍ନ ଗ୍ରହଣ କରି ଥିଲେ l ସମାଜର ଇଷ୍ଟଦେବ ଶ୍ରୀ ଗଣେଶ ମହାପ୍ରଭୁଙ୍କ ନବାନ୍ନ ଅର୍ପଣ କରାଯାଇଥିଲା l ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତି, ସମାଜର ସଭାପତି ପ୍ରଭାତ ସାହୁ, ସମ୍ପାଦକ ସଚ୍ଚିଦାନନ୍ଦ ସାହୁ, ଯୁଗ୍ମ କୋଷାଧକ୍ଷ୍ୟ ପ୍ରଶାନ୍ତ ସାହୁ ଡୋଲାମଣୀ ସାହୁଙ୍କ ପ୍ରତକ୍ଷ୍ୟ ତତ୍ତାବଧାନରେ ଆୟୋଜିତ ଉତ୍ସବରେ ବର୍ଷର ରାଗ ଅଭିମାନକୁ ନିଭାଇ ଛୋଟ ବଡ ମଧ୍ୟରେ ନମସ୍କାର ପ୍ରତିନମସ୍କାର ବିନିମୟ ହୋଇଥିଲା l

ଏ ଅବସରରେ ପୁରୁଷ ଓ ମହିଳା ମ୍ୟୁଜିକ ଚେୟାର, ସଂଗୀତ, ନୃତ୍ୟ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପୁରୁଷ ମ୍ୟୁଜିକ ଚେୟାର ରକୃତୀ ବୁବୁନ ପୃଷ୍ଟି ଙ୍କୁ ସମାନ୍ୱିତ ଅତିଥି ସୀତାନାଥ ସାହୁ, ମହିଳା ମ୍ୟୁଜିକ ଚେୟାର କୃତୀ ଲିସା ସାହୁ ଙ୍କୁ ଶ୍ରୀମତୀ ରୁକ୍ମିଣୀ ସାହୁ, ନୃତ୍ୟ ପ୍ରତିଯୋଗିତା ର କୃତୀ ସୁଶ୍ରୀ ପ୍ରତିଚୀ ସାହୁ ଙ୍କୁ ଅତିଥି ପ୍ରଭାତ ସାହୁ, ସଂଗୀତ କୃତୀ ନନ୍ଦିନୀ ସାହୁ ଙ୍କୁ ଅତିଥି ଶ୍ରୀମତୀ ସରସ୍ବତୀ ସାହୁ ଓ ବକୃତା ପ୍ରତିଯୋଗିତା ର କୃତୀ ସୁଶ୍ରୀ ପ୍ରାଚୀପ୍ରଜ୍ଞା ସାହୁ ଙ୍କୁ ଅତିଥି ଥବିର ସାହୁ ଉପଢୌକନ ସହ ପୁରସ୍କୃତ କରିଥିଲେ l ସମାଜର ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲl I

error: Content is protected !!