ପଦ୍ମପୁର-ସମ୍ବଲପୁର ଖରିଆଡରୋଡ ଭାୟା ବିଜେପୁର ଗୁଦେରପାଲି ଏହି ରୁଟରେ ପ୍ରତିଦିନ ଏକ ସରକାରୀ ନନ ଏସି ବସ ଚଳାଚଳ କରୁଥିଲା। ଗତ କିଛି ମାସ ହେଲା ନନ ଏସି ବଦଳରେ ଏକ ଏସି ଓ.ଏସ.ଆର.ଟି.ସି ବସ ଚଲାଚଲ କରୁଥିଲା ଯାହାକି ଦୀର୍ଘ ସାତଦିନ ହେବ ବନ୍ଦ ହୋଇଯାଇଛି। ଯାହା ଫଲରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏନେଇ ସମ୍ବଲପୁର ଡିଟିଏମ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଦୀର୍ଘ ପାଞ୍ଚ ଦିନ ହେବ ଯାନ୍ତ୍ରିକ ତୣଟି ଯୋଗୁଁ ବସଟି ଅଚଳ ହୋଇ ପଡିରହିଥିଲା। କିନ୍ତୁ ବସଟି ମରାମତି ହେଲାପରେ ଗତ ମଙ୍ଗଳବାର ସକାଲୁ ସମ୍ବଲପୁରରୁ ବାହାରି ଖରିଆରରୋଡ ଅଭିମୁଖେ ଗଲାବେଳେ ବରଗଡ ନିକଟରେ ପୁଣିଥରେ ବସର ଏସି ଅଚଳ ହୋଇଗଲା । ଯାହା ଫଳରେ ବସଟି ଆଉ ଆଗକୁ ଯାଇ ପାରିଲା ନାହିଁ।

ବସଟି ପୁଣିଥରେ ମରାମତି ହେଲା ପରେ ଉକ୍ତ ରୁଟରେ ଆଗ ଭଲି ଗଡିବ ବୋଲି ମତବ୍ଯକ୍ତ କରିଛନ୍ତି। ଆଗଭଲି ଜନସାଧାରଣଙ୍କ ସୁବିଧା ପାଇଁ ଏସି ବସ ବଦଳରେ ନନ ଏସି ବସଟିଏ ଚଲାଚଲ କରନ୍ତୁ ବୋଲି ଅନୁରୋଧ କରିବାରୁ, ଏହି ଓ.ଏସ.ଆର.ଟି.ସି ଆଗଭଲି ଆଉନାହିଁ ବର୍ତ୍ତମାନ ଏହା ମୁଖ୍ୟମନ୍ତ୍ରୀ ବସ ସେବା ଅଣ୍ଡରରେ ଚାଲୁଛି , ମୁଁ ଚାହିଁଲେ ମଧ୍ୟ ଏସି ବସ ବଦଳରେ ଅନ୍ଯ ସରକାରୀବସ ଚଲାଚଲ କରିପାରିବି ନାହିଁ ବୋଲି ସମ୍ବଲପୁର ଡିଟିଏମ ମନା କରି ଦେଇଛନ୍ତି। ବସଟି ବନ୍ଦ ହୋଇଯିବ ଯୋଗୁଁ ଅନେକ ଯାତ୍ରୀ, ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରିଆଡରୋଡରୁ ଫେରିବା ବେଲେ ସଂଧ୍ୟା ରେ ବରଗଡ, ବୁର୍ଲା ଏବଂ ସମ୍ବଲପୁରକୁ ଯିବା ପାଇଁ ଏହିବସଟି ଏହି ରୁଟର ଶେଷ ବସ ତାପରେ ଆଉ ବସ ସେବା ନାହିଁ।



