ପଦ୍ମପୁର – ପଦ୍ମପୁର ଥାନା ଅନ୍ତର୍ଗତ ଚାରପାଲି ଗାଁ ର ଯୁଧିଷ୍ଠିର ସାହୁ ଗତ ଜୁଲାଇ ମାସ ପାଂଚ ତାରିଖରେ ତାଙ୍କ ପୁଅର ନାମ ଲେଖାଇବା ପାଇଁ ସପରିବାର ବିଲାସପୁର ଯାଇଥିଲେ ଏବଂ ସେଠାରୁ ସେ ଦୁଇ ଦିନ ପରେ ଅର୍ଥାତ ସାତ ତାରିଖ ଦିନ ଫେରିଥିଲେ । ଫେରିଲା ପରେ ଘର କବାଟର ତାଲା ଭଙ୍ଗା ଯାଇଥିବା ସହ ଖୋଲା ରହିଥିବା ଦେଖିଥିଲେ । ସେ ଘରେ ପଶି ଜିନିଷପତ୍ର ଦେଖିବା ବେଳେ ଦଶ ଗ୍ରାମ ଓଜନର ସୁନା ଗହଣା ଚୋରି ହୋଇଥିବା ଜାଣିଥିଲେ ଏବଂ ସେ ଏ ବିଷୟରେ ପଦ୍ମପୁର ଥାନାରେ ଲିଖିତ ଭାବରେ ଜଣାଇଥିଲେ । ପଦ୍ମପୁର ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଥିଲା ।

ତଦନ୍ତ ଅଧାରରେ ଚୋରିରେ ସମ୍ପୃକ୍ତ ରହିଥିବା ପାଂଚ ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଉକ୍ତ ସୁନା ବରାମତ କରିଥିଲା । ଅଭିଯୁକ୍ତ ମାନେ ହେଲେ ପଦ୍ମପୁର ଥାନା ଅନ୍ତର୍ଗତ ଚାରପାଲି ଗାଁ ର ପଙ୍କଜ ନାଗ,ଦିପକ କଲେତ,ଅଜୟ ପ୍ରଧାନ,ପାଇକମାଲ ଥାନା ହିରାପୁରର ରାଜେଶ ପ୍ରଧାନ ଏବଂ ଝାରବନ୍ଧ ଥାନା ସଙ୍କରୀ ଗାଁ ର ରାହୁଲ ସୋନୀ । ପଦ୍ମପୁର ଥାନା କେଶ ନମ୍ବର ୧୮୭ ଆଧାରରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଥାନା ଅଧିକାରୀ ମମତା ନାୟକ ସୂଚନା ଦେଇଛନ୍ତି ।



