ବରପାଲି-ବରପାଲି ଜନଗହଳିପୂର୍ଣ୍ଣ ୨୬ନମ୍ବର ଜାତିୟ ରାଜପଥ କଡ ଏକ ଦୋକାନ ସମ୍ମୁଖରେ ରହିଥିବା ଏକ ସ୍କୁଟି ଡିକିରୁ ଲୁଟ ହୋଇଥିବା ୧୧ଲକ୍ଷ ଟଙ୍କାରୁ ୯ଲକ୍ଷରୁ ଉର୍ଦ୍ଧ ଟଙ୍କାଏବଂ ଲୁଟେରା ପୋଲିସ ହାତରେ ଧରାପଡିଛି। ସୂଚନାନୁଯାୟୀ ଲେଣ୍ଡା ସମଲେଶ୍ଵରୀ ପାଣି ପଞ୍ଚାୟତ ସଭାପତି ଦଶରଥ ବେହେରା ଓ ସମ୍ପାଦକ କ୍ଷିତିପତି ପ୍ରଧାନ ଗତ ଜୁଲାଇ ୨୯ ତାରିଖ ସ୍ଥାନିୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଚେକ୍ ଜରିଆରେ ୧୧ ଲକ୍ଷ ୬୩ ହଜାର ଟଙ୍କା ବାହାର କରି ନିଜ ଓଡି ୧୭ ଇ ୭୧୧୩ ନମ୍ବର ସ୍କୁଟି ଯୋଗେ ବ୍ୟାଙ୍କ ପରିସରରୁ ବାହାରିଥିଲେ।

ଫେରିବା ବାଟରେ ନିକଟସ୍ଥ ହିନ୍ଦୁସ୍ଥାନ ହାର୍ଡ ୱାର ଦୋକାନ ସମ୍ମୁଖରେ ରହିଥିଲେ। ପରେ କିଛି ଜିନିଷ କିଣିବା ପାଇଁ ଦୋକାନ ଭିତରକୁ ପ୍ରବେସ କରିଥିଲେ। ପରେ ଦୋକାନ ବାହାରକୁ ଆସି ଦେଖିଲା ବେଳକୁ ସ୍କୁଟି ସିଟ ତଳ ଡିକିରୁ ସମସ୍ତ ଟଙ୍କା ଗାୟବ ହୋଇ ଯାଇଥିଲା। ପରମୁହୁର୍ତ୍ତରେ ପୋଲିସ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ ଆଣିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନ ତଥା ଆଖପାଖ ସି ସି ଟିଭି ଫୋଟେଜ୍ କୁ ଆଧାରରେ ତଦନ୍ତ କାର୍ଯ୍ଯକୁ ଆଗେଇ ନେଇଥିଲେ।

ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ରେ ଥାନା ଆଇ.ଆଇ.ସି ଙ୍କ ନେତୃତ୍ୱରେ ପୋଲିସ ଖବରପାଇ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଦାସ ନିରଜ୍ ନାମକ ଜଣେ ଯୁବକଙ୍କୁ ଗିରଫ କରିବା ସହିତ ନଗଦ ୯ ଲକ୍ଷ ୨୪ ହଜାର ଟଙ୍କା ଜବତ କରିଥିଲା। ଗତ ଶୁକ୍ରବାର ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଇନ୍ଦୁମତି ପଶ୍ଚିମ କବାଟ ଘଟଣାରେ ସଂପୃକ୍ତ ଅନ୍ୟ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ।



