ବରପାଲି-ବରପାଲିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଫାଇଲେରିଆ ନିରାକରଣ ସଚେତନତା ଓ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଓଡ଼ିଆ ବିଭାଗ ମୁଖ୍ୟ ତଥା ଯୁବ ରେଡକ୍ରସ କାଉନସିଲର ଅଧ୍ଯାପକ ଯତୀନ୍ଦ୍ର କୁମାର ସାହୁଙ୍କ ଦ୍ବାରା ପରିଚାଳିତ ସଭାରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇଥିଲେ।

ବରପାଲି ସ୍ବାସ୍ଥ୍ୟ କେନ୍ଦ୍ରର ପର୍ଯ୍ୟବେକକ୍ଷୀକାଙ୍କ ସମେତ ତାଙ୍କର ସହକର୍ମୀ ମାନେ ଯୋଗ ଦେଇ ଫାଇଲେରିଆର ଲକ୍ଷଣ ତତ୍ ସମ୍ପର୍କିତ ଅନେକ କିଛି ତଥ୍ୟ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସହକର୍ମୀ ବୃନ୍ଦ ଔଷଧ ସେବନ କରିବା ସହ ଛାତ୍ରୀ ମାନେ ଔଷଧ ସେବନ କରିଥିଲେ।ପରବର୍ତ୍ତୀ ସମୟରେ ନିଜ ଗାଁ ମାନଙ୍କରେ ଲୋକ ମନକୁ କେମିତି ସଚେତନ କରାଇବେ ସେଥିପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।ଓଡ଼ିଆ ଅଧ୍ୟାପିକା ପିଙ୍କି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।



