Saturday, March 7, 2026
Homeରାଜ୍ୟନୂଆଦିଲ୍ଲୀ ସ୍ଥିତ ୭୬ତମ ସ୍ଵାଧୀନତା ଦିବସ ସମାରୋହରେ ସାମିଲ ହେବେ ବିଭୂତି ଭୂଷଣ ମୁଣ୍ଡ ।

ନୂଆଦିଲ୍ଲୀ ସ୍ଥିତ ୭୬ତମ ସ୍ଵାଧୀନତା ଦିବସ ସମାରୋହରେ ସାମିଲ ହେବେ ବିଭୂତି ଭୂଷଣ ମୁଣ୍ଡ ।

ପାଇକମାଳ-ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ଜର୍ଜଗଡ ଗ୍ରାମର ପ୍ରକୃତିବନ୍ଧୁ ଶ୍ରୀ ବିଭୂତି ଭୂଷଣ ମୁଣ୍ଡ ବିଶିଷ୍ଟ ଅତିଥି ଭାବେ ନୂଆଦିଲ୍ଲୀସ୍ଥିତ ୭୬ତମ ସ୍ଵାଧୀନତା ଦିବସ ସମାରୋହରେ ସାମିଲ ହେବାପାଇଁ ନିୟନ୍ତ୍ରିତ ହୋଇ ପାଇକମାଳ ଅଞ୍ଚଳପାଇଁ ଗୌରବ ଆଣିଛନ୍ତି । ସେ ପ୍ରକୃତିର ସୁରକ୍ଷା କ୍ଷେତ୍ରରେ ସ୍କୁଲ କଲେଜ୍ ମାନଙ୍କରେ, ଗାଁ ଗାଁ ରେ ଜଙ୍ଗଲ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାନ୍ତି ଓ ବିଭିନ୍ନ ପ୍ରକାର ଔଷଧୀୟ ଚାରା ପ୍ରସ୍ତୁତ ତଥା ଚାଷ କରି ଜନ୍ମ, ବିବାହ ଓ ମୃତ୍ୟୁର ସ୍ମୃତି ଉଦ୍ଦେଶ୍ୟରେ ସ୍ମୃତି ଚାରା ଗୋଟିଏ ଗୋଟିଏ ଉପହାର ଦେଇଥାନ୍ତି । ଚିରନ୍ତନ ଅମଳ ପଦ୍ଧତିରେ ଜଡ଼ିବୁଟି ର ସଂଗ୍ରହ କରି ବହୁ ପୁରାତନ ରୋଗର ସଫଳ ଚିକିତ୍ସାରେ ସହଯୋଗ କରିଆସୁଛନ୍ତି । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ତରଫରୁ ଶ୍ରୀଯୁକ୍ତ ମୁଣ୍ଡଙ୍କୁ ପ୍ରଧାନମନ୍ତ୍ରୀଙ୍କ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତପ୍ରକର ସୁବ୍ୟବସ୍ଥା କରାଇଛନ୍ତି। ଏହା ପାଇକମାଳ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର କଥା।

error: Content is protected !!