Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜାନ୍ଡୋଲ ଠାରେ ଭୁଲିଆ ସମାଜ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ...

ଜାନ୍ଡୋଲ ଠାରେ ଭୁଲିଆ ସମାଜ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ।

ଭେଡେନ-ବରଗଡ ଜିଲ୍ଲା ଭେଡେନ ବ୍ଲକ ଜାନ୍ଡୋଲ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। କରୁଣାକର ମେହେର ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ,ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ମନୋଜ କୁମାର ପଣ୍ଡା, ଅଧ୍ୟାପକ ମଦନମୋହନ କ୍ଷେତି, ସମ୍ବଲପୁରୀ ଗବେଷକ ତଥା କବି ଉତ୍ପନ୍ନ କୁମାର ଭୋଇ। ।

ସମ୍ମାନିତ ଅତିଥି ଭାବରେ ବ୍ୟଂଗ କବି ଦେବେନ୍ଦ୍ର କୁମାର ସାହୁ, ଯୁବକବି ମନୋରଞ୍ଜନ ଲୁହା, ହାସ୍ୟତଡକା କବି ଶିଶିର କୁମାର ପୁରୋହିତ,ବ୍ୟଙ୍ଗ ସାହିତ୍ୟିକ କବି ନରେନ୍ଦ୍ର କୁମାର ମହାନ୍ତି ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ନିଜର କବିତାରେ ମନମୁଗ୍ଧ କରିଥିଲେ।

ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପର,ଜାନ୍ଡୋଲ ଉଚ୍ଚ ବିଦ୍ୟାଳୟର ମାଟ୍ରିକ ଟପର ଓ ଭେଡେନର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ସୁନା ଓ ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମୟରେ ଭୁଲିଆ ସମାଜ ସଭାପତି ଡାକ୍ତର ମେହେର, ସମ୍ପାଦକ ମୂରଲୀଧର ମେହେର ସମେତ ଭୁଲିଆ ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

error: Content is protected !!