Saturday, March 7, 2026
Homeରାଜନୀତିଅଣ୍ଟା ଭିଡୁଛି କଂଗ୍ରେସ,ପାଇକମାଳରେ କଂଗ୍ରେସର କର୍ମୀ ସମ୍ମିଳନୀ ।

ଅଣ୍ଟା ଭିଡୁଛି କଂଗ୍ରେସ,ପାଇକମାଳରେ କଂଗ୍ରେସର କର୍ମୀ ସମ୍ମିଳନୀ ।

ପାଇକମାଳ – ପାଇକମାଳ ବ୍ଲକ ନୃସିଂହନାଥ ଧର୍ମଶାଳା ଠାରେ ବରଗଡ ଜିଲ୍ଲା କଂଗ୍ରେସ କମିଟି ତରଫରୁ କର୍ମୀ ସମ୍ମିଳନୀ ଏବଂ ସଭାପତି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ବରଗଡ ଜିଲ୍ଲା ସଭାପତି ହରଦୀପ ସିଂ, ପଦ୍ମପୁର ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ପ୍ରମୁଖ ଯୋଗଦେଇ କଂଗ୍ରେସ ଦଳର ଆଭିମୁଖ୍ୟ ଉପରେ ଆଲୋଚନା କରି ସମସ୍ତ ପୁରୁଣା କର୍ମୀଙ୍କ ମତାମତ ନେଇଥିଲେ ।

ଆଗାମୀ ଦିନରେ କିପରି କଂଗ୍ରେସ ଦଳର ତୃଣମୂଳ ସ୍ତରରୁ ସରପଞ୍ଚ, ସମିତି, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସରକାର ଗଠନ ହେବ ସେ ବିଷୟରେ ରଣନୀତି ପାଇଁ ପ୍ରସ୍ତୁତ ରହିବା ପାଇଁ କର୍ମୀ ମାନଙ୍କୁ ସନ୍ତୋଷ ସାଲୁଜା ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତଥା ବିଜୁ ଜନତା ଦଳ ସମର୍ଥିତ ସମିତି ସଭ୍ଯା ରମଲା ଲୁହାର, ରାହୁଲ ଗାନ୍ଧୀ ଏବଂ ଭକ୍ତ ଚରଣ ଦାସଙ୍କ ନୀତି ଆଦର୍ଶରେ ଅନୁ ପ୍ରାଣିତ ହୋଇ ବିଜୁ ଜନତା ଦଳ ଛାଡ଼ି ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗଦେଇ ମହିଳା ନେତୃତ୍ବକୁ ସୁଦୃଢ଼ କରିବା ପାଇଁ ଆହ୍ବାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକ ସଭାପତି ବିଜୟାନନ୍ଦ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଜିଲ୍ଲା ସମ୍ପାଦକ ପ୍ରତାପ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ l ଏହି ସମ୍ମିଳନୀରେ ପାଇକମାଳ ଯୁବ କଂଗ୍ରେସ ସଭାପତି ବିକାଶ ବହିଦାର,କଂଗ୍ରେସ କର୍ମୀ ମେହେନ୍ଦ୍ର ଖୁଣ୍ଟିଆ, ବିନୋଦ କାଳିଆ, ମନୋଜ ତ୍ରିବେଦୀ, ସୋନ୍ତୋଷ ପାଣିଗ୍ରାହୀ,ଅଶ୍ଵିନୀ ପଟେଲ, ,କ୍ଷେତ୍ରୀ ଲୁହାର,ପ୍ରାଣ ଦାସ,ବିନୋଦ ବିଶ୍ଵାଳଙ୍କ ସମେତ ଶତାଧିକ କଂଗ୍ରେସ ଦଳର କର୍ମକର୍ତ୍ତା ଯୋଗଦେଇଥିଲେ l

error: Content is protected !!