Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକୁଲି ମେହେର ସମାଜ ପକ୍ଷରୁ ଆଦିବାସୀ ଦିବସ ପାଳିତ।

କୁଲି ମେହେର ସମାଜ ପକ୍ଷରୁ ଆଦିବାସୀ ଦିବସ ପାଳିତ।

ବରଗଡ-ବରଗଡ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ କୁସନପୁରୀ ଠାରେ ନିଖିଳ ଉତ୍କଳ ମେହେର ସମାଜ ପକ୍ଷରୁ ଆଦିବାସୀ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ତିଲାରାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସଭାପତି ମଧୁସୂଦନ ମେହେର, ଉପ ସଭାପତି ରୋହିତ ମେହେର, ସମ୍ପାଦକ ସୁଦାମ ମେହେର , ଉପଦେଷ୍ଟା ଦଶରଥ ମେହେର, ରାମ ମେହେର, ମନୋରଞ୍ଜନ ମେହେର ପ୍ରମୁଖ ଯୋଗଦେଇଥିଲେ ।

କୁଲି ଜାତିର ଆରାଧ୍ୟ ମାଁ କରମସାନି ଙ୍କ ନିକଟରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଗ୍ରାମର ଯୁବକ ମାନେ ଆଦିବାସୀ ବେଶଭୂଷା ରେ ସଜ୍ଜିତ ହୋଇ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା । ଗ୍ରାମ ପରିକ୍ରମା ପରେ ସଭାର ଆୟୋଜନ କରାଯାଇ ଆଦିବାସୀ ସଂସ୍କୃତି ଓ ପରମ୍ପରା ସଂପର୍କରେ ଆଲୋଚନା କରାଯାଇଥିଲା ।

ଆଦିବାସୀ ମହାପୁରୁଷମାନଙ୍କ ଜୀବନୀ ଆଲୋଚନା କରାଯାଇ ତାଙ୍କର ଆଦର୍ଶକୁ ଅନୁସରଣ କରିବା ପାଇଁ ଅତିଥି ବୃନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଗ୍ରାମରୁ ଶହ ଶହ ବ୍ୟକ୍ତି ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ କୁସନପୁରୀ ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦ ସହଯୋଗ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

error: Content is protected !!