ପଦ୍ମପୁର-ସରକାରୀ ଉଚ୍ଚ ବିଦ୍ୟାଳୟ ଚର୍ଦ୍ଦାପାଲି ଠାରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୈତାରି ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବରେ ଶ୍ରୀ ରାଜେନ୍ଦ୍ର ମହାନ୍ତି ଯୋଗଦେଇ ସ୍ବଭାବ କବିଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯର ଶିକ୍ଷକ ମନୋଜ କୁମାର ମହାନନ୍ଦ,ରେବତୀ ଭୋଇ,ବିହାରୀ ମେହେର, ବିଳାସିନୀ ଧାରୁଆ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ଦ୍ବାରା ସ୍ବଭାବ କବିଙ୍କ ରଚିତ ସଙ୍ଗୀତ ଗାନ କରିଥିଲେ ଯାହାକି ବେଶ ମନମୁଗ୍ଧକର ହୋଇଥିଲା ।



