Sunday, March 8, 2026
Homeରାଜ୍ୟମହିଳା ଏବଂ ଛାତ୍ରୀ ନିର୍ଯାତନାର ପ୍ରତିବାଦରେ ଦାବୀପତ୍ର ପ୍ରଦାନ।

ମହିଳା ଏବଂ ଛାତ୍ରୀ ନିର୍ଯାତନାର ପ୍ରତିବାଦରେ ଦାବୀପତ୍ର ପ୍ରଦାନ।

ପଦ୍ମପୁର-ଓଡ଼ିଶାରେ କ୍ରମାଗତ ଭାବେ ବଢି ଚାଲିଥିବା ମହିଳା ଏବଂ ଛାତ୍ରୀ ନିର୍ଯାତନା ପ୍ରତିବାଦରେ ପଦ୍ମପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଟାଉନ ହଲ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ ଯୁବ ଓ ଛାତ୍ର ବିଜୁ ଜନତା ଦଳର କର୍ମକର୍ତ୍ତା ତଥା ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ସୌମ୍ୟଶ୍ରୀ ମୃତ୍ୟୁର ଅଭିଯୁକ୍ତକୁ କଠୋର ଦଣ୍ଡରେ ଦଣ୍ଡିତ କରିବା ସହ ସେହିପରି କୁକର୍ମର ପୁନରାବୃତ୍ତି ନ ହେବା , ସ୍ଥାନୀୟ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା, ଅଞ୍ଚଳ ମହାବିଦ୍ୟାଳୟ ସମ୍ମୁଖ ଓଭର ବ୍ରିଜରେ ସି.ସି ଟିଭି କ୍ୟାମେରା ଲଗାଇବା, ଅପରାଧ ନିୟନ୍ତ୍ରଣ ପାଇଁ ନିଶା କାରବାରକୁ ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ରଛାତ୍ରୀ ମାନେ ଦାବି ଜଣାଇଥିଲେ। ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଏଥି ପ୍ରତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ଵାସନା ଦେଇଥିଲେ।

error: Content is protected !!