ବରପାଲି-ବରପାଲି ବ୍ଳକ ବନ୍ଧପାଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ରୂପେ ସରଣ୍ଡାପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଶୋକ କୁମାର ସାହୁ ଉଦଘାଟନ କରିଥିଲେ । ବିଦ୍ଯାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଜିତେନ୍ଦ୍ରିୟ ପୂଜାରୀ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଜଣାଇଥିଲେ।

ଆୟୋଜିତ ମେଳାରେ ଶିଶୁ ବାଟିକା-୬୦ ପ୍ରଥମ ରୁ ତୃତୀୟ-୬୦ ଶିଶୁ ବର୍ଗ -୩ ୦ବାଲବର୍ଗ -୨୪ ମୋଟ୍ ୧୭୪ଟି ଭିନ୍ନଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ବିଚାରକ ଭାବରେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଗୁପେଇପାଲି ବିଜ୍ଞାନ ଶିକ୍ଷକ ଅମରେଶ କୁମାର ଦାଶ , ନୋଡାଲ ଉଚ୍ଚ ବିଦ୍ୟାଳୟ ବନ୍ଧପାଲି ବିଜ୍ଞାନ ଶିକ୍ଷକ ବାଳକୃଷ୍ଣ ମେହେର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାରିଂ ବିଜ୍ଞାନ ଶିକ୍ଷୟତ୍ରୀ ମନ୍ଦାକିନୀ ପଧାନ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ।

ବିଦ୍ଯାମନ୍ଦିର ଆଚାର୍ଯ୍ୟ ଅରୁଣ ବାଗ କାର୍ଯକ୍ରମକୁ ସଂଯୋଜନା କରିଥିଲେ। ବିଜୟ କୁମାର ଷାଣ୍ଢ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଗୋରୀ କୁମାର ସାହୁଙ୍କ ତତ୍ତ୍ଵାଧାନରେ ବିଦ୍ୟାଳୟ ଗୁରୁଜୀ ଓ ଗୁରୁମା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପ ନେଇଥିଲା ।



