ପଦ୍ମପୁର-ପଦ୍ମପୁର ଉପଖଣ୍ଡ ସରକାରୀ ଉନ୍ନତ ପ୍ରାଥମିକ ବିଦ୍ୟାଳୟ,ଝାଙ୍କରପାଲିରେ ବନମହୋତ୍ସବ ପାଳିତ ହୋଇଯାଇଛି। ମଞ୍ଚାସୀନ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ଅଦାବରିଆ ସଭାପତିତ୍ବ କରି ବନମହୋତ୍ସବର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଦ୍ଵିତିକୃଷ୍ଣ ମେହେର ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି କେ.ଆର୍.ପି.ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ପ୍ରସନ୍ନ କୁମାର ମେହେର ” ମାଁ ପାଇଁ ଗଛ ଟିଏ” ର ତାତ୍ପର୍ଯ୍ୟ ଓ ଗଛର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଶେଷ ସହଯୋଗ ଜନକ ବରିହା ଓ ସ୍ମିତାରାଣି ସେଠି କରିଥିଲେ । ଶେଷରେ ସଂଯୁକ୍ତା ଭଗତ ଧନ୍ୟବାଦ୍ ଅର୍ପଣ କରିଥିଲେ ।



