ପଦ୍ମପୁର-ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ଗିବାହାଲ ଆଦିବାସୀ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ନିହାରୀକା ଦଳପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶିଶୁମାନଙ୍କୁ ଅନୁସନ୍ଧାନମୂଳକ ବୈଜ୍ଞାନିକ ଚିନ୍ତାଧାରା ଉପରେ ପ୍ରେରଣା ଦେଇ କୁନିକୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ। ଶିଶୁବାଟିକା,ପ୍ରସ୍ତୁତିବର୍ଗ, ଶିଶୁବର୍ଗ ଓ ବାଳବର୍ଗର ୧୧୫ ଜଣ ଶିଶୁ ଭାଇଭଉଣୀ ଭାଗନେଇଥିଲେ।

ବିଚାରକ ରୂପେ ସୁଶ୍ରୀ ନିହାରୀକା ଦଳପତି ଓ ଇଚ୍ଛାପାଲି ୟୁ .ଜି.ଏମି. ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲାବଣ୍ୟ ପଧାନ ଦାୟିତ୍ଵ ଗ୍ରହଣ କରିଥିଲେ। ବିଦ୍ୟାଳୟର ଗୁରୁଜୀ ଶ୍ରୀଯୁକ୍ତ ହରେରାମ ସାହୁ ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା।



