ପଦ୍ମପୁର-ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ଗାଇସିଲେଟ ବ୍ଲକରେ କୁଲତା ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସର୍ବ ପ୍ରଥମେ ଚଳିତ ବର୍ଷ କୁଲତା ସମାଜର ଇହଧାମ ତ୍ୟାଗ କରିଥିବା ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକର ଉଦ୍ଦେଶ୍ୟ ଶ୍ରୀଯୁକ୍ତ କଂଗ୍ରେସ ସାହୁ ଉପସ୍ଥାପନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଉକ୍ତ ସଭାରେ ଉପସ୍ଥିତ ସମସ୍ତ ନେତୃମଣ୍ଡଳୀ ଙ୍କ ସର୍ବ ସମ୍ମତି କ୍ରମେ ଶ୍ରୀଯୁକ୍ତ ନାରାୟଣ ସାହୁଙ୍କୁ ବ୍ଳକ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପସଭାପତି ଯଦୁମଣି ପଧାନ, ସମ୍ପାଦକ ନରହରି ନାୟକ,ସହ ସମ୍ପାଦକ କିଶୋର ପାତ୍ର, କୋଷାଧ୍ୟକ୍ଷ ଭାବେ ମନୋରଞ୍ଜନ ପଧାନ ଙ୍କୁ ଚୟନ କରାଯାଇଥିଲା ।

ପରେ ସର୍ବସମ୍ମତି କ୍ରମେ ବ୍ଳକ କମିଟି ମଧ୍ୟ ଗଠନ କରାଗଲା। ବ୍ଳକ କମିଟି ରେ ଯଜ୍ଞେଶ୍ଵର ପଧାନ,ସକଳ ପାତ୍ର,ଆନନ୍ଦ ପଧାନ, ସରୋଜିନୀ ପଧାନ ଏବଂ ଅନ୍ୟ ମାନଙ୍କୁ ରଖାଯାଇଛି। ଆଗାମୀ ଦିନରେ ଗାଇସିଲେଟ ବ୍ଲକ ରେ କୁଲତା ସମାଜ ର ଉନ୍ନତି ଦିଗରେ କାର୍ଯ୍ୟ କରିବାପାଇଁ ସମସ୍ତେ ମାଁଙ୍କ ନାମରେ ଶପଥ ଗ୍ରହଣ କରିଥିଲେ।



