Saturday, March 7, 2026
Homeରାଜ୍ୟଜୁନିୟର ରେଡ଼କ୍ରସର ତାଲିମ ଶିବିର ।

ଜୁନିୟର ରେଡ଼କ୍ରସର ତାଲିମ ଶିବିର ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ପିପିପି ହାଇସ୍କୁଲ ବରିହାପୁଖାପାଣି ଠାରେ ବରଗଡ଼ ଜିଲ୍ଲା ଶିକ୍ଷାବିଭାଗ ତରଫରୁ ଜୁନିଅର ରେଡ଼କ୍ରସର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନ ସମାରୋହରେ ପ୍ରଧାନ ଶିକ୍ଷକ ମୋହନ ରଣା ସଭାପତିତ୍ବ କରିଥିବା ବେଳେ ବ୍ଳକ ସ୍ପୋର୍ଟସ ଆସୋସିଏସନ୍ ଗାଇସିଲେଟର ସମ୍ପାଦକ କଂଗ୍ରେସ ପ୍ରଧାନ ମୁଖ୍ୟ ଅତିଥି ଓ ସ୍ଥାନୀୟ ସି.ଆର.ସି.ସି ତୁଲାରାମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଜୁନିୟର ରେଡ଼କ୍ରସ୍ ଏଚ୍.ଆଇ.ଭି, ଏଡସ୍ ର ବ୍ଳକ ସାଧନକର୍ମୀ ତଥା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗଙ୍ଗାଧର କୁମ୍ଭାର ସ୍ବାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଅରକ୍ଷିତ ବାରିକ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ବରଗଡ଼ ଜିଲ୍ଲା ଜୁନିୟର ରେଡ଼କ୍ରସର ସାଧନ କର୍ମୀ ଡିଲେଶ୍ବର ସାହୁ ଏହି ତାଲିମ ଶିବିର ପରିଚାଳନା କରି ଜୁନିୟର ମାନଙ୍କୁ ଜୁନିୟର ରେଡ଼କ୍ରସ୍ ସଂକ୍ରାନ୍ତୀୟ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରିଥିଲେ। ତାଲିମ ଶିବିରର ପ୍ରଥମ ଅଧିବେଶନରେ ସର୍ପ ଦଂଶନ, ବିଜୁଳି ଘଡଘଡି, ଆରାମ ଦାୟକ ଅବସ୍ଥା, ସି.ପି.ଆର୍ , ମୁର୍ଚ୍ଛା ଅବସ୍ଥା ତଥା ରାସ୍ତାର ବିଭିନ୍ନ ଦୁର୍ଘଟଣାର ସତର୍କତା ତଥା ପିଡିତ ମାନଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା କିପରି ଯୋଗାଇ ଦିଆଯିବ, ସେ ବିଷୟରେ ସାଧନ କର୍ମୀ ବିଶେଷ ଭାବରେ ତାଲିମ୍ ପ୍ରଦାନ କରିଥିଲେ।

ଦ୍ଵିତୀୟ ଅଧିବେଶନରେ ସ୍ବାସ୍ଥ୍ୟସେବା ଓ ରୋଷେଇ ଗ୍ୟାସ୍ ର ବିଭିନ୍ନ ସତର୍କତାମୂଳକ ମୂଳକ ପଦକ୍ଷେପ ବିଷୟରେ ତାଲିମ ଦିଆଯାଇଥିଲା । ଏହି ଶିବିରରେ ପ୍ରାୟ ୧୪୦ ଜଣ ଜୁନିୟର ଅଂଶଗ୍ରହଣ କରିଥିଲା ବେଳେ ବିଦ୍ୟାଳୟର ବିଭିନ୍ନ ଶିକ୍ଷକ କର୍ମଚାରୀ ଯଥା ବଳରାମ ବଗର୍ତ୍ତି, ସୁରଥ ଭୋଇ,ରବିନାରାୟଣ ବେହେରା, ସୋମନାଥ ବଗର୍ତ୍ତି ପ୍ରମୁଖ ବିଶେଷ ସହଯୋଗିତା କରିଥିଲେ।

error: Content is protected !!