Saturday, March 7, 2026
Homeରାଜ୍ୟଫାଇଲେରିଆ ନିରାକରଣ ପାଇଁ ସାମୁହିକ ବୈଠକ ।

ଫାଇଲେରିଆ ନିରାକରଣ ପାଇଁ ସାମୁହିକ ବୈଠକ ।

ପଦ୍ମପୁର-ପଦ୍ମପୁର ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ଫ୍ୟାଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ ଉପରେ ଗୋଷ୍ଠୀ ସମନ୍ୱୟ ସମିତି ସଭା ଉପଜିଲ୍ଲାପାଳ ସ୍ନେହା ଅରୁଗୁଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ଃ ଆଶୁତୋଷ ହୋତା, ଥାନାଧିକାରୀ ମମତା ନାୟକ, ଗୋଷ୍ଠୀ ଶିକ୍ଷାଧିକାରୀ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୋଳି ରାଉତ, ବି.ପି.ଏମ୍ ସେଖ ୱାସୀମ ରାଜା, ପି.ଏଚ.ଇ.ଓ ଶିବ ପ୍ରସାଦ ବେହେରା ତଥା ବିଭିନ୍ନ ସ୍କୁଲର ଶିକ୍ଷକ ମାନେ ଉପସ୍ଥିତ ଥିଲେ। ଜୁନିଅର ହସ୍ପିଟାଲ ମ୍ୟାନେଜର ଦିବ୍ୟ କିଶୋର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଭିବିଡିଟିଏସ ପଙ୍କଜ ମେହେର ସାମୁହିକ ଔଷଧ ସେବନର କାରଣ ଓ ଆବଶ୍ୟକତା ଉପରେ ଫୁଙ୍ଖାନୁଫୁଙ୍କ ଭାବରେ ଆଲୋକପାତ କରିଥିଲେ। ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଫାଇଲେରିଆ ନିରାକରଣ ପାଇଁ ସମସ୍ତ ବିଭାଗର ସମନ୍ୱୟତା ଏବଂ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ୨ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ବୟସ ତଥା ଉଚ୍ଚତା ଅନୁସାରେ ଡିଇସି, ଆଲବେଣ୍ଡେଜର, ଏବଂ ଆଇବୀରମିଟିନ ଔଷଧ ଖାଇଲା ପେଟରେ ସେବନ କରିବାକୁ ଅନୁରୋଧ କରିଥିଲେ। ଏଥିରେ ୨ବର୍ଷରୁ କମ ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥ ଲୋକଙ୍କୁ ବାଦ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

error: Content is protected !!