ପଦ୍ମପୁର-ପଦ୍ମପୁର ଉପଖଣ୍ଡ ସୋହେଲା ନିକଟବର୍ତ୍ତୀ ସାଧୁ ପାଲି ଗ୍ରାମରେ ସ୍ବର୍ଗତ ତେଜରାଜ ସୁନା(ସୁନା ମାଷ୍ଟର)ଙ୍କ ୭୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି।ଏହି ଅବସରରେ ସ୍ମୃତି ସ୍ୱରୂପ ସାଧୁ ପାଲି ମେଟାକାନି ଛକରୁ (ମାଷ୍ଟର ଘାଟ) ଶ୍ମଶାନପୀଠ ପର୍ଯ୍ୟନ୍ତ ରାସ୍ତାର ଉଭୟ ପଟରେ ମାଷ୍ଟରପ୍ରେମୀ ଆବାଳବୃଦ୍ଧବନିତା ସୁନା ପରିବାର ର ବୟୋଜ୍ୟେଷ୍ଠ ଗୋରେଖ ସୁନା ଓ ଜାତି ଭାଇ ମୁଖ୍ୟ ଗୋଳବଦନ ବିଭାର, ନବୀନ ଚନ୍ଦ୍ର ମୁନା , ବନ୍ଧୁଅଲେଖ ଦୀପଙ୍କ ଆତିଥ୍ୟରେ ସମସ୍ତେ ବଉଳ ଓ କରଞ୍ଜ ଚାରା ରୋପଣ କରିଥିଲେ।

ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ମାଷ୍ଟର ଙ୍କ ଭାଇ କ୍ଷୀର ସିନ୍ଧୁ ସୁନା ଓ ସହଯୋଗ କରିଥିଲେ ସରୋଜ, ଡିଲେଶ୍ଵର,ଯଦୁମଣି, ଦାମୋଦର, ତୀର୍ଥ,ମନୋଜ,ଦୀଲ୍ଲିପ,ଟିଟୁ, ଅରବିନ୍ଦ, ରାହୁଲ, ଡମ୍ବରୁ, ନିମାଇଁ ଆକାଶ,କର୍ମ, ଲଲାଟେନ୍ଦୁ। ସମୂହ ବୃକ୍ଷ ରୋପଣ କରି ସମାଜକୁ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି ମାଷ୍ଟର ସୁନାଙ୍କ ଉତ୍ତରଦାୟାଦ ମାନେ।



