Saturday, March 7, 2026
Homeଅଘଟଣଛତୁ ପାଇଁ ଗଡିଲା ଦୁଇଟି ମୁଣ୍ଡ ।

ଛତୁ ପାଇଁ ଗଡିଲା ଦୁଇଟି ମୁଣ୍ଡ ।

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ଓ ଭଉଣୀ ମୃତ ଏବଂ ଦାଦା ଗୁରୁତର ।

ଅଭିଯୁକ୍ତ ପୁତୁରାର ଅତ୍ମସମର୍ପଣ ।

ପଦ୍ମପୁର– ଛତୁ ପାଇଁ ଗଡିଲା ଦୁଇଟି ମୁଣ୍ଡ । ଏଭଲି ଅଘଟଣ ଘଟିଛି ପଦ୍ମପୁର ଥାନା ଅନ୍ତର୍ଗତ ପଥୁରୀ ଗାଁ ରେ । ପୁତୁରାଙ୍କ ଟାଙ୍ଗିଆ ଚୋଟରେ ଖୁଡି ଓ ଭଉଣୀ ମୃତ ଏବଂ ଦାଦା ଗୁରୁତର । ମିଲିଥିବା ସୂଚନା ଅନୁସାରେ ପଥୁରୀ ଗାଁ ର ବିଶିକେଶନ ନାଗ ବିକ୍ରି କରିବା ପାଇଁ ଛତୁ ଚାଷ କରିଛନ୍ତି । ରବିବାର ଦିନ ବିଶିକେଶନଙ୍କ ଛତୁ ଚୋରୀ ହୋଇଥିବା ନେଇ ଘରେ ପାଟି କରିଥିଲେ । ଯାହାକି ତାଙ୍କ ପୁତୁରା ଶଶିଭୂଷଣ ନାଗ ଓ ତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ସୋମବାର ଶଶିଭୂଷଣ ନିଜ ବିଳରୁ କାମ କରି ଫେରିବା ପରେ ଦାଦା ଓ ପୁତୁରା ମଧ୍ୟରେ ପୁଣି ଝଗଡା ଆରମ୍ଭ ହୋଇଥିଲା। ପୁତୁରାର ଆକ୍ରମଣରେ ବିଶିକେଶନ ଆହତ ହୋଇଥିଲେ ଓ ତାଙ୍କ ଜ୍ୱାଇଁଙ୍କ ସହଯୋଗରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ଭର୍ତ୍ତି ହୋଇଥିଲେ । ପରେ ବିଶିକେଶନଙ୍କ ଜ୍ୱାଇଁ ଘରକୁ ଆସି ଦେଖିଲା ବେଳକୁ ଅଭିଯୁକ୍ତ ଶଶିଭୂଷଣ ତା ଖୁଡି ଓ ଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।

ଅଘଟଣ ଘଟାଇବା ପରେ ଅଭିଯୁକ୍ତ ବିଶିକେଶନ ପଦ୍ମପୁର ଥାନାରେ ନିଜେ ଆତ୍ମସମର୍ପଣ କରିଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ପଦ୍ମପୁର ପୋଲିସ ପହଂଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଇଛି । ପଦ୍ମପୁର ଥାନା କେଶ ନମ୍ବର ୨୦୧/୨୦୨୫ରେ ଏକ ମାମଲା ରୁଜୁ କରି ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି କି ସେ ବିଷୟରେ ତଦନ୍ତ ଜାରି ରଖିଛି ।

error: Content is protected !!