ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସାମ୍ବାଦିକ ସଂଘ ଭବନ ପ୍ରତିଷ୍ଠା ବାର୍ଷିକୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା। ଏ ପରିପ୍ରେକ୍ଷୀରେ ଏକ ବନ୍ଧୁ ମିଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝାରବନ୍ଧ ସ୍ଥିତ ସାମ୍ବାଦିକ ଭବନ ଠାରେ ସାମ୍ବାଦିକ ଜହନ କୁମ୍ଭାରଙ୍କ ପରିଚାଳନାରେ ଆୟୋଜିତ ସଭାରେ ରମେଶ ବାରିକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ରବି ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବଡ଼ ଶତପଥି ଯୋଗଦାନ କରି ଝାରବନ୍ଧ ସଂଘକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଅର୍ଥଶାସ୍ତ୍ରରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଟପର ଉତ୍ତମ କୁମାର ସାହୁ, ମାଟ୍ରିକ ପରୀକ୍ଷାରେ ଏ ୧ ପାଇଥିବା ଛାତ୍ର ବିଶ୍ୱ ରଣା, ଜିଲ୍ଲା ସ୍ତରୀୟ ସାହିତ୍ୟ ଏକାଡେମୀରେ ପ୍ରବନ୍ଧରେ ପ୍ରଥମ ହୋଇଥିବା ଦୀପକ ବାଗ , ସାଧାରଣ ଜ୍ଞାନରେ ପ୍ରଥମ ହୋଇଥିବା ଛାତ୍ର ପ୍ରିୟାଂଶୁ ମେହେର, କବିତା ଆବୃତ୍ତିରେ ପ୍ରଥମ ହୋଇଥିବା ଛାତ୍ରୀ ଟିକେଶ୍ବରୀ ବାରିକ ଏବଂ ଆଦର୍ଶ ଶିକ୍ଷକ ଭାବରେ ସଞ୍ଜୟ ସାଗରଙ୍କୁ ସମ୍ମାନିତ କରାଯାଇଥିଲା ।

ଦ୍ଵିତୀୟ ପର୍ଯ୍ୟାୟରେ ଝାରବନ୍ଧ ଚାକଦର୍ହl ଡ୍ୟାମ ପରିଦର୍ଶନ ଅବସରରେ ପ୍ରକୃତିବନ୍ଧୁ ଶିକ୍ଷକ ଶ୍ରୀଯୁକ୍ତ ଭୁବନେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ବୃକ୍ଷ ରୋପଣରେ ପ୍ରତ୍ୟେକ ବ୍ଲକର ସାମ୍ବାଦିକଙ୍କ ସମେତ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ବେହେରା, ଯୁବ ସମାଜ ସେଵୀ ଡୋଳଚନ୍ଦ୍ର ସାହୁ, ସାମ୍ବାଦିକ ଦେବେନ୍ଦ୍ର ସାହୁ, ନକୁଳ ସାହୁ, ପ୍ରଦୀପ ପ୍ରଧାନ, ଶିବ ପ୍ରସାଦ ପଟେଲ ସାମିଲ ହୋଇଥିଲେ ।



