Sunday, March 8, 2026
Homeରାଜ୍ୟସରକାରୀ ଉଚ୍ଚ ବିଦ୍ୟାଳୟ ଦେୱାନପାଲିରେ ବନମହୋତ୍ସବ ।

ସରକାରୀ ଉଚ୍ଚ ବିଦ୍ୟାଳୟ ଦେୱାନପାଲିରେ ବନମହୋତ୍ସବ ।

ଝାରବନ୍ଧ-ସରକାରୀ ଉଚ୍ଚ ବିଦ୍ୟାଳୟ ଦେୱାନପାଲିରେ ପ୍ରଧାନ ଶିକ୍ଷକ ନରେଶ ପଟେଲଙ୍କ ସଭାପତିତ୍ବରେ ବନମହୋତ୍ସବ ତଥା ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ଭୂବନେଶ୍ୱର ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗ ଦେଇଥିଲେ। ସଭାକୁ ଶିକ୍ଷକ ମୁକୁନ୍ଦ ରଣା ପରିଚାଳନା କରିଥିବା ବେଳେ ବିଶିକେସନ ଧରୂଆ ଅଥିତି ପରିଚୟ ପ୍ରଦାନ ଏବଂ ସଚିନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଶିକ୍ଷକ ଗଣେଶ ପଟେଲ, ନିରାକାର ପଟେଲ, ସୁଶାନ୍ତ ତ୍ରିପାଠୀ, ରଶ୍ମିତା ପଟେଲ, ଭାରତୀ ନାଏକ, ସୌଦାମିନୀ ଭୋଇ ସାହାଯ୍ୟ କରିଥିଲେ। ସଭାରେ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ବୃକ୍ଷରୋପଣର ମହତ୍ତ୍ଵ ବୁଝାଇବା ସହ ଜନ୍ମଦିନ, ବିବାହ ଆଦି ପାଳନରେ ବୃକ୍ଷ ରୋପଣ ପାଇଁ ଅନୁରୋଧ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କୁ ଚାରା ରୋପଣ କରାଯାଇଥିଲା।

error: Content is protected !!