Sunday, March 8, 2026
Homeରାଜ୍ୟଲାୟନ୍ସ ଗୁରୁକୁଳରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ।

ଲାୟନ୍ସ ଗୁରୁକୁଳରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ।

ପଦ୍ମପୁର– ଜେନିଥ ଲାୟନ୍ସ ଗୁରୁକୁଳ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହୟୋଗର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରତାପ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଦସ୍ୟ ପବନ ଅଗ୍ରୱାଲ, ଜେନିଥ ଲାୟନ୍ସ ଗୁରୁକୁଲର ଅଧ୍ୟକ୍ଷ ମନୋଜ ପଣ୍ଡା ଯୋଗଦେଇ ବୃକ୍ଷ ରୋପଣ କରିବା ସହ ତାର ସୁରକ୍ଷା କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ।

ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦେଇ ୧୧୦ ଗୋଟି ନିମ୍ବ, ଛତିଆନ୍, ଓ କୃଷ୍ଣଚୂଡା ଚାରା ରୋପଣ କରିଥିଲେ। ଟିମ୍ ସହୟୋଗ ସଭାପତି ମୌସମ ପାଗଡ଼ାଙ୍କ ସହିତ ତାପସ ନାୟକ, ପାର୍ଥ ସାରଥି ମହାପାତ୍ର, ଈଶ୍ୱରଦତ୍ତ ମେହେର, ପ୍ରଭୁଦତ୍ତ ପଣ୍ଡା, ପ୍ରକାଶ ଡାଲୁଆ, ଅଜୟ ଅଗ୍ରୱାଲ ଓ ଶିବାଶିଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

error: Content is protected !!