ବରଗଡ଼ – ସ୍ଥାନୀୟ ନିଗମାନନ୍ଦ ବିହାର ପଡ଼ା ବାସିନ୍ଦା ଅଧ୍ୟାପକ ସୁଶିଲ କୁମାର ମିଶ୍ର ଓ ଲେବ୍ରୋଟାରୀ ଟେକ୍ନିସିଆନ୍ ଗଗନ ବିହାରୀ ଦାଶ ଙ୍କୁ ନିଗମାନନ୍ଦ ବିହାର ଉନ୍ନୟନ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ଶ୍ରୀ ମିଶ୍ର ସୋନପୁର ଜିଲ୍ଲା ତରଭା ନବୋଦୟ ବିଦ୍ୟାଳୟ ରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ଜୁନ ୩୦ ଅବସର ଗ୍ରହଣ କରିଥିବା ବେଳେ ଗଗନ ବିହାରି ଦାସ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଲେବ୍ରୋଟାରୀ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ତେବେ ନିଗମାନନ୍ଦ ବିହାର ଉନ୍ନୟନ କମିଟି ର ସଭାପତି ସଦାଶିବ ସାହୁ ଉପ ସଭାପତି ଅର୍ଜୁନ ସେଟ୍ ଙ୍କ ତତ୍ବାବଧାନରେ ଅନୁଷ୍ଟିତ ଏକ କାର୍ଯ୍ୟକ୍ରମ ରେ ସମସ୍ତ ପଡ଼ା ବାସୀ ଉପସ୍ଥିତ ରହି ଉଭୟ ସରକାରୀ କର୍ମ ଚାରୀ ଙ୍କ ଅବସର କାଳୀନ ସମୟ ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।



