Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗୁଦେରପାଲିରେ ରଥ ଟାଣିଲେ ଶହ ଶହ ଶ୍ରଦ୍ଧାଳୁ ।

ଗୁଦେରପାଲିରେ ରଥ ଟାଣିଲେ ଶହ ଶହ ଶ୍ରଦ୍ଧାଳୁ ।

ଗାଇସିଲେଟ(ରିଙ୍କୁ ଦେବତା)-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ମହା ଆଡ଼ମ୍ବରରେ ପ୍ରଭୁ ଜଗନ୍ନାଥଙ୍କ ରଥ ତୃତୀୟା ପାଳିତ ହୋଇଯାଇଛି। କିଛି ବର୍ଷ ପୂର୍ବେ ଗାଁ ଗୌନ୍ତିଆଙ୍କ ବଡପୁଅ ରଥ ଦ୍ବିତୀୟା ଦିନ ମୃତ୍ୟୁ ବରଣ କରିଥିଲେ। ସେହିଦିନ ଠାରୁ ଗାଁରେ ରଥଯାତ୍ରା ଦ୍ବିତୀୟା ପରିବର୍ତ୍ତେ ତୃତୀୟା ତିଥିରେ ପାଳିତ ହୋଇଆସୁଛି। ଗୌନ୍ତିଆ ରାମଚନ୍ଦ୍ର ପାତ୍ର ଛେରାପହଁରା କରିଥିବା ବେଳେ ନିରଞ୍ଜନ ମିଶ୍ରଙ୍କ ଡାହୁକରେ ଗାଁ ଦାଣ୍ଡରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥ ଗଡିଥିଲା। ପଣ୍ଡିତ ଧିରେନ ଦେବତା,ବାବୁଲୁ ଦେବତା ଏବଂ ରିଙ୍କୁ ଦେବତା ପ୍ରଭୁଙ୍କୁ ପହଣ୍ଡି କରି ରଥାରୂଢ଼ କରିଥିଲେ। କେଶବ ପାତ୍ର, କିଶୋର ପାତ୍ର,କଏଁରୀ ପ୍ରଧାନ,ହିରାଧର ପଧାନ, ନିର୍ମଳ ବିଶ୍ବାଳଙ୍କ ସମେତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ସଂକୀର୍ତ୍ତନ, ସମ୍ପ୍ରଦା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।

error: Content is protected !!