ପଦ୍ମପୁର-ଦଶ ଲକ୍ଷ କେନ୍ଦୁପତ୍ର ତୋଳାଳୀ ହେବେ ଉପକୃତ,ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବରଗଡ଼ ସାଂସଦ ତିନି ବର୍ଷ ପରେ କେନ୍ଦୁପତ୍ର ତୋଳାଳୀଙ୍କୁ ସେମାନଙ୍କ ହକ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଧନ୍ୟବାଦ ଜଣାଇଛନ୍ତି। ନିକଟରେ କେନ୍ଦୁପତ୍ର ତୋଳାଳୀଙ୍କ ଦାବୀ ମୁତାବକ ବୋନସ ସହ ସେମାନଙ୍କ ଜୀବନ ଜୀବିକା କୁ ସ୍ୱଚ୍ଛଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ୧୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଯାହା ଦ୍ଵାରା ରାଜ୍ୟର ୧୦ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ। ବିଶେଷ କରି ସେମାନଙ୍କ ପାଇଁ ଚପଲ, କରି ବନ୍ଧା ଚପଲ, ଟୋପି, ମଶାରୀ ଓ କମ୍ବଳ ବାବଦକୁ ଅର୍ଥରାଶି ମଞ୍ଜୁର କରିଥିବାରୁ ତୋଳାଳୀ ମାନେ ବିଶେଷ ସୁବିଧା ପାଇ ପାରିବେ।

ଗତ ତିନିବର୍ଷ ଧରି ନବୀନ ପଟ୍ଟନାୟକ ସରକାରରେ ସେମାନଙ୍କ ବୋନସ ବନ୍ଦ ହୋଇ ଯାଇଥିଲା। ବିଜେପି ସରକାରର ଗୋଟିଏ ବର୍ଷ ପୂର୍ତ୍ତି ରେ କେନ୍ଦୁପତ୍ର ତୋଳାଳୀଙ୍କୁ ସେମାନଙ୍କ ସମସ୍ତ ଦାବୀ ପୂରଣ ହୋଇଛି। ଅନେଇ ରାଜ୍ୟର 22ଟି ଜିଲ୍ଳାର ପ୍ରତିନିଧି ସାଂସଦ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ନେବାକୁ କେନ୍ଦୁପତ୍ର ତୋଳାଳୀ ମାନେ ଏନେଇ ବ୍ୟାକୁଳତା ପ୍ରକାଶ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।




