Saturday, March 7, 2026
Homeରାଜ୍ୟପଦ୍ମପୁର ଏନଏସିରେ ଆନ୍ତର୍ଜାତୀୟ ଯୋଗ ଦିବସ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ପଦ୍ମପୁର ଏନଏସିରେ ଆନ୍ତର୍ଜାତୀୟ ଯୋଗ ଦିବସ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ପଦ୍ମପୁର-ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲ ଠାରେ ଉପଜିଲ୍ଲାପାଳ ସ୍ନେହା ଅରୁଗୁଲାଙ୍କ ତତ୍ୱାବଧାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଓ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଅଧ୍ୟାପକ ବାଞ୍ଚାନିଧୀ ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ନୂଆପାଲି ନବ ପ୍ରଭାତ ଗୁରୁକୁଳ ଆଶ୍ରମ ର ଆଚାର୍ଯ୍ୟ, ବୃହସ୍ପତି, ଶାସ୍ତ୍ରୀ ଓ ବ୍ରହ୍ମଚାରୀ ଶିଷ୍ୟଙ୍କ ପ୍ରଶିକ୍ଷଣରେ ଯୌଗିକ କ୍ରୀଡ଼ାଗୁଡ଼ିକ ଅଭ୍ୟାସ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଯୋଗଦେଇଥିବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଓ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଯୋଗ ମହୋତ୍ସବ ସମିତି ଜିଲ୍ଲା ସଂଯୋଜକ ମାର୍ତ୍ତଣ୍ଡ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ସ୍ଥାନୀୟ ବଡ଼ବନ୍ଦ ଠାରେ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନଗରପାଳ, ସମସ୍ତ ୱାର୍ଡର କାଉନସିଲର, ସ୍ୱଚ୍ଛ ସାଥି, ଏସ.ଏସ.ଜି ମହିଳା ଯୋଗଦେଇ ଗୋଟିଏ ଗୋଟିଏ ଚାରା ରୋପଣ କରି ପରିବେଷ ସୁରକ୍ଷା ପାଇଁ ପ୍ରତିଜ୍ଞା ନେଇଥିଲେ ।

error: Content is protected !!