Sunday, June 15, 2025
spot_imgspot_imgspot_img
Homeଅଘଟଣସ୍ତ୍ରୀ କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଆତ୍ମହତ୍ୟା କଲେ ସ୍ୱାମୀ।

ସ୍ତ୍ରୀ କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଆତ୍ମହତ୍ୟା କଲେ ସ୍ୱାମୀ।

ପଦ୍ମପୁର-ସ୍ତ୍ରୀ କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଝୁଲି ପଡିଲେ ସ୍ୱାମୀ,ଏଭଲି ଏକ ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ଥାନା ଭେଉଁରିଆ ଗାଁରେ । ମିଲିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ପ୍ରାୟ ୧୨ଟା ସମୟରେ ଭେଉଁରିଆ ଗାଁର ଶ୍ୟାମ ସୁନ୍ଦର ଭୋଇ ତାଙ୍କ ସ୍ତ୍ରୀ ରତ୍ନୀ ଭୋଇଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆହତ ରତ୍ନୀଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନା ଓ ପରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ସ୍ୱାମୀ ଶ୍ୟାମସୁନ୍ଦର ଭୋଇ ନିଜ ଘରେ ରହିଥିଲେ ।

ରାତ୍ରି ପ୍ରାୟ ୮ ଟା ସମୟରେ ଶ୍ୟାମସୁନ୍ଦରଙ୍କ ମାଁ ତାଙ୍କୁ ଖାଇବା ପାଇଁ ଦେବା ପାଇଁ ଯିବା ସମୟରେ ଦେଖିଥିଲେ କି ଶ୍ୟାମସୁନ୍ଦର ଏକ ଗାମୁଛାରେ ନିଜକୁ ଝୁଲାଇ ଆତ୍ମହତ୍ୟା କରିଛନ୍ତି ଏ ବିଷୟରେ ସେ ସାହି ପଡିଶାଙ୍କୁ ଜଣାଇଥିଲେ । ଏ ବିଷୟରେ ପଦ୍ମପୁର ପୋଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ । ଶନିବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ପଦ୍ମପୁର ପୋଲିସ ମୃତ ଶ୍ୟାମସୁନ୍ଦରର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲା ।

ଏ ସଂକ୍ରାନ୍ତରେ ପଦ୍ମପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ପାରିବାରିକ କଳହ କାରଣ ନାଁ ଅନ୍ୟକୌଣସି କାରଣରୁ ଶ୍ୟାମସୁନ୍ଦର ତାଙ୍କ ସ୍ତ୍ରୀଙ୍କୁୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଓ ପରେ ସେ ନିଜେ ଆତ୍ମହତ୍ୟା କରିଥିଲେ ତାହା ତଦନ୍ତ ହେଲେ ଜଣାପଡିବ ବୋଲି ପଦ୍ମପୁର ପୋଲିସ ପକ୍ଷରୁ ସୂଚନା।

error: Content is protected !!