Saturday, March 7, 2026
Homeରାଜ୍ୟଭଏସ ଅଫ ମିଡିଆ ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ତରଫରୁ ଶୋକ ସଭା ପାଳନ ଓ କେଣ୍ଡେଲ...

ଭଏସ ଅଫ ମିଡିଆ ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ତରଫରୁ ଶୋକ ସଭା ପାଳନ ଓ କେଣ୍ଡେଲ ଶୋଭାଯାତ୍ରା ।

ସୋନପୁର-ଏୟାର ଇଣ୍ଡିଆ ଡ୍ରିମ୍ଲାଇନ୍ ର ପ୍ଲେନ ଅହମ୍ବଦାବାଦ ମେଡିକାଲ କଲେଜ୍ ହସ୍ପିଟାଲ ଉପରେ ଗଳିପଡ଼ିଲା । ଯାହା ଫଳ ରେ ୧୦୪ ପୁରୁଷ ,୧୧୨ ମହିଳା ଦୁଇ ଶିଶୁ ଙ୍କ ସମେତ ୧୪ ପିଲାଙ୍କ ଅକାଳ ମୃତ୍ୟୁ ହୋଇଯାଇଛି। ଜଣେ ମାତ୍ର ଜଗନ୍ନାଥଙ୍କ କୃପାରୁ ଜୀବନ ବଞ୍ଚେଇ ପାରିଛନ୍ତି। ମୃତ୍ୟୁବରଣ କରିଥିବା ଆତ୍ମାଙ୍କ ସତ୍ ଗତି ପ୍ରାପ୍ତ ପାଇଁ ଓ ଜଣେ ଆହତ ହୋଇଥିବା ବ୍ୟକ୍ତିଙ୍କ ଆସୁ ଆରୋଗ୍ୟ କାମନା କରି ଭଇସ୍ ଅଫ୍ ମିଡିଆ ସୁବର୍ଣ୍ଣପୁର ଜିଲ୍ଲା ୟୁନିଟ ତରଫରୁ ଏକ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏହି ଶୋକସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ସହ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖ ନାଥ ସାହୁ, ବରିଷ୍ଠ ସମାଜ ସେବୀ ଗୋବିନ୍ଦ ମହାରଣା, ବଳଦେବ ପ୍ରସାଦ ବେଦବାକ,ମହାନଦୀ ଧାରା ଅଧ୍ୟକ୍ଷ ପ୍ଲାବନ ମହାପାତ୍ର ଓ ବସ୍ ମାଲିକ ସଂଘ ସଭାପତି ଦୀପକ କୁମାର ମହାପାତ୍ର, ଟ୍ରକ୍ ମାଲିକ ସଙ୍ଘ କୋଷାଧ୍ୟକ୍ଷ ରାଜୀବ ଲୋଚନ ପଟ୍ଟନାୟକ, ଘରୋଇ ବସ୍ ହକର ସଂଘ, ଅଟୋ ସଂଘ ସଭାପତି ଗଦନ ଓ

ସମ୍ପାଦକ ଶରତ ଙ୍କ ସହ ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ। ଭଏସ ଅଫ ମିଡିଆ ସଭାପତି ସନ୍ତୋଷ କୁମାର ମିଶ୍ରଙ୍କ ସହ ଭାସ୍କର ଦାଶ, ରଞ୍ଜନ ହୋତା, ସଚିକାନ୍ତ ସୁନା, ଅଶ୍ଵିନୀ ନେପାକ, ସରୋଜ କୁମାର ପ୍ରଧାନ, ମୁରଲୀ ସାହୁ, ମୁକ୍ତେଶ୍ଵର ପ୍ରଧାନ, ରାମହରି ସେଠି, ଦେବାନନ୍ଦ, ସୋନପୁର ପୌର ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ କାଉନସିଲର ଗଙ୍ଗା ତରିଆ ଓ୧୪ ନମ୍ବର ୱାର୍ଡ କାଉନସିଲର ସୁକାନ୍ତ ସାହୁ ତାଙ୍କ ସମର୍ଥକ ଯୋଗଦାନ କରିଥିଲେ।

error: Content is protected !!