Monday, June 9, 2025
spot_imgspot_imgspot_img
Homeରାଜ୍ୟଦମକିପାଲି ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ।

ଦମକିପାଲି ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ।

ପାଟଣାଗଡ-ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଡାଙ୍ଗବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦମକିପାଲି ଗ୍ରାମରେ ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ପ୍ରକୃତିକୁ ଆମର ଯତ୍ନ ଏବଂ ଧ୍ୟାନ ଆବଶ୍ୟକ ବୋଲି ଏହି ଦିବସ ସ୍ମରଣ କରାଇଥାଏ । ଚଳିତ ବର୍ଷର ବିଷୟ ବସ୍ତୁ ହେଉଛି ‘ବିଟ୍‍ ପ୍ଲାଷ୍ଟିକପଲ୍ୟୁସନ’ ପ୍ଲାଷ୍ଟିକ୍‍ ଆଧୁନିକ ଜୀବନ ଶୈଳୀର ଅନିବାର୍ଯ୍ୟ ଅଙ୍ଗ ହୋଇଯାଇଛି । ଗୋଟିଏ ପ୍ଲାଷ୍ଟିକ ବୋତଲର କ୍ଷୁଦ୍ରାଂଶ ଅବକ୍ଷୟ ପାଇଁ ୫୦୦ରୁ ୧୦୦୦ ବର୍ଷ ସମୟ ନେଇଥାଏ ।

ଏହା ଯୋଗୁଁ ସମସ୍ତ ପଶୁ ପକ୍ଷୀ ଓ କୀଟ ପତଙ୍ଗ ଭୀଷଣ କ୍ଷତିଗ୍ରସ୍ତ ହୋଇ ବିଲୀନମୁଖୀ ହୋଇଥାନ୍ତି । ଆମ ବର୍ଜ୍ୟବସ୍ତୁର ୧୦ପ୍ରତିଶତ ହେଉଛି ପ୍ଲାଷ୍ଟିକ୍‍ । ତେଣୁ ପ୍ଲାଷ୍ଟିକ ବ୍ୟବହାର କରିବାରୁ ନିଜେ ନିବୃତ୍ତ ରହିବା ସହ ପ୍ରତିଟି ଲୋକଙ୍କୁ ସଚେତନ କରିବା ପାଇଁ ଶ୍ରୀଯୁକ୍ତ ମାଝି ଉପସ୍ଥିତ ସଦସ୍ୟ,ସଦସ୍ୟା ମାନଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ପ୍ରକଳ୍ପ ସଂଯୋଜକ ଶେଷଦେବ ସାହୁ, ପାଟଣେଶ୍ୱରୀ ଜଳ ବିଭାଜିକା ପ୍ରକଳ୍ପର ସଭାପତି ନୀଳମଣି ନାଏକ, ସମ୍ପାଦକ ସୁରେଶ ଖମାରି, ସଭ୍ୟ ସଭ୍ୟା ତଥା ଚାଷୀ ମାନେ ଉପସ୍ଥିତ ଥିଲେ l

ଅନୁଷ୍ଠିତ ସଭାରେ ଅନ୍ୟାନ୍ୟ ଅତିଥି ମାନେ ପରିବେଶ କୁ ସନ୍ତୁଳିତ କରିବା ଆମର ପ୍ରଥମ କର୍ତ୍ତବ୍ୟ ଓ ଏଥିପାଇଁ ଗଛ ଲଗାଇବା ତଥା ପ୍ଲାଷ୍ଟିକ ଜିନିଷ ଗୁଡିକୁ ଆବଶ୍ୟକ ସ୍ଥଳେ କମ ବ୍ୟବହାର କରିବା ପାଇଁ ମତବ୍ୟକ୍ତ କରିଥିବା ବେଳେ ସମସ୍ତେ ପରିବେଶ ସୁରକ୍ଷା, ଆମରି ରକ୍ଷା ର ସ୍ଲୋଗାନ ଦେଇ ଆଗାମୀଦିନରେ ସମସ୍ତଙ୍କୁ ସଚେତନ କରିବା ପାଇଁ ସଂକଳ୍ପ ନେଇଥିଲେ ।ଏହି ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟ ,ସଦସ୍ୟା ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିବା ବେଳେ ଶେଷରେ ଶେଷଦେବ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!