Sunday, March 8, 2026
Homeରାଜ୍ୟସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଶ୍ବ ପରିବେଶ ଦିବସ ପାଳିତ ।

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଶ୍ବ ପରିବେଶ ଦିବସ ପାଳିତ ।

ପଦ୍ମପୁର-ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଅତିରିକ୍ତ ବିଚାରପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦ୍ଵିବେଦୀ, ମାନ୍ୟବର ସିଭିଲ୍‌ ଜର୍ଜ ଜୁନିୟର ଡିଭିଜନ ଶ୍ରୀମତୀ ଧ୍ରୁବି ସୋଲାଙ୍କୀ, ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁ,ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର,ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର, କୋଷାଧ୍ଯକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି, ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଶ୍ରୀଯୁକ୍ତ ଆଶିଷ ମିଶ୍ର,ବନପାଳ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଅତିରିକ୍ତ ବିଚାରପତି ଓ ମାନ୍ୟବର ସିଭିଲ୍‌ ଜର୍ଜ ଜୁନିୟର ଡିଭିଜନ ବିଶ୍ଵ ପରିବେଶ ଦିବସ ଉପରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ବନଖଣ୍ଡର କର୍ମଚାରୀ,ସିଭିଲ୍‌ କୋଟ୍ କର୍ମଚାରୀ,ଗୁରୁଜୀ ଗୁରୁମା, ଛାତ୍ରଛାତ୍ରୀ, ସେବକମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟର ସମ୍ମୁଖରେ ବୃକ୍ଷରୋପଣ କରାଯାଇଥିଲା । ଶେଷରେ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!