Saturday, March 7, 2026
Homeରାଜ୍ୟମାଣ୍ଡୋସିଲ ପୁରାତନ ଛାତ୍ର ସଂସଦର ସାଧାରଣ ବୈଠକ ।

ମାଣ୍ଡୋସିଲ ପୁରାତନ ଛାତ୍ର ସଂସଦର ସାଧାରଣ ବୈଠକ ।

ପାଇକମାଳ-ପାଇକମାଳ ବ୍ଳକ ପିଏମଶ୍ରୀ ମାଣ୍ଡୋସିଲ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ୧ ଓ ଏ୨ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ପରିପ୍ରେକ୍ଷୀରେ ଆଲୋଚନା କରାଯାଇଥିଲା। ପ୍ରକାଶଥାଉ କି ,ଗତବର୍ଷ ପରି ଏ ବର୍ଷ ମଧ୍ୟ ପାଇକମାଳ ବ୍ଲକ ରେ ମାଣ୍ଡୋସିଲ ର ଜଣେ ଛାତ୍ରୀ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ତାଙ୍କ ସହ ଆଉ ୯ ଜଣ ଛାତ୍ରଛାତ୍ରୀ ଏ୨ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହି ଛାତ୍ରଛାତ୍ରଙ୍କୁ ଆସନ୍ତା ଜୁନ ମାସ ୨ ତାରିଖ ଦିନ ପୁରାତନ ଛାତ୍ର ସଂସଦ ତରଫରୁ ସମ୍ବର୍ଦ୍ଧନା କରାଯିବ ବୋଲିି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ପୁରାତନ ଛାତ୍ର ସଂସଦ ସଭାପତି ଗୋକୁଳାନନ୍ଦ ଡନସନା, ସମ୍ପାଦକ ତପନ କୁମାର ବହିଦାର,ବ୍ଯାଚ ଲିଡର ରାଧେଶ୍ୟାମ ପଟେଲ, ଅନିରୁଦ୍ଧ ପଣ୍ଡା, ସଦାନନ୍ଦ ଭୋଇ, ଗୋପୀନାଥ ସାହୁ, ଅଭିଷେକ ସାହୁ, ସୁଧାଂଶୁ ସାହୁ ସମେତ ଅନେକ ସଭ୍ୟମାନେ ଉପସ୍ଥିତ ଥିଲେ।

error: Content is protected !!