ପଦ୍ମପୁର – ଚଳିତ ବର୍ଷ ରବି ଋତୁଧାନ କିଣା ପଦ୍ମପୁର ଉପଖଣ୍ଡରେ ବୁଧବାର ଦିନ ଆରମ୍ଭ ହୋଇଯାଇଛି । ପଦ୍ମପୁର ଆର.ଏମ.ସି ମୁଖ୍ୟ ବଜାର ଠାରେ ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ଆନୁଷ୍ଠାନିକ ଭାବରେ ଋତୁଧାନ କିଣାର ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷ ପଦ୍ମପୁର ଆର.ଏମ.ସି ଅଧିନରେ ସର୍ବମୋଟ ୫୯ ଗୋଟି କ୍ରୟ କେନ୍ଦ୍ରରେ ସରକାରଙ୍କ ତରଫରୁ ଧାନ କିଣାଯିବାର ବ୍ୟବସ୍ଥା କରାଯାଛି । ତନମଧ୍ୟରୁ ୫୨ ଗୋଟି ସ୍ଥାନରେ ପସ୍କ୍ ଜରିଆରେ ଧାନ କିଣା ଯାଉଥିବା ବେଳେ ୭ ଗୋଟି ସ୍ଥାନରେ ଏସଏଚଜି ମହିଳା ମାନେ ମଣ୍ଡି ଦାୟିତ୍ୱରେ ରହିଛନ୍ତି ।

ଚଳିତ ବର୍ଷ କିଭଲି ଭାବରେ ସୁରୁଖୁରୁରେ ରବିଋତୁ ଧାନ କିଣା ହେବ ସେଥିପାଇଁ ପ୍ରଶାସନ ତରଫରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ମଣ୍ଡି ଉଦଘାଟନ ସମୟରେ ପଦ୍ମପୁର ଆର.ଏମ.ସି ସମ୍ପାଦକ ରବିନାରାୟଣ ପଣ୍ଡା,ହେଡକ୍ଲାର୍କ ପ୍ରକାଶ ଦାଶ,ମଣ୍ଡି ଇନଚାର୍ଯ୍ୟ ସମରେନ୍ଦ୍ର କୁମାର ପଣ୍ଡା,ଦିଲ୍ଲିପ କୁମାର ଦାଶ, ତଥା ଅନ୍ୟାନ୍ୟ ଆର.ଏମ.ସି କର୍ମଚାରୀ ଉପସ୍ଥିତ ଥିଲେ । ହେଲେ ମଣ୍ଡି ଖୋଲିବାର ପ୍ରଥମ ଦିନରେ ପଦ୍ମପୁର ଆର.ଏମ.ସି ଅଧିନରେ କୌଣସି ସ୍ଥାନରେ ଧାନ କିଣା ଯାଇନାହିଁ ।


