Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ ।

ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ ।

ପଦ୍ମପୁର – ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ଦଶ ଦିନ ଧରି ଚାଲିଥିବା ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ୨୦୨୫ ଉଦଯାପିତ ହୋଇଯାଇଛି । ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଡ. କେଶ ରଞ୍ଜନ ପ୍ରଧାନ ଯୋଗଦେଇ ଶିକ୍ଷା ହିଁ ଜୀବନର ବଡ଼ ସାହାଯ୍ୟ ବୋଲି ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ପ୍ରାନ୍ତଯୁଗ୍ମ ସମ୍ପାଦକ ଖଗେଶ୍ବର ଦାଶ ଯୋଗଦେଇ ସମାଜ ନିର୍ମାଣରେ ଜଣେ ଆଚାର୍ଯ୍ୟର ଭୂମିକା ସଂଘ ଶତାବ୍ଦୀର ଆହ୍ୱାନ ଦୃଷ୍ଟିରୁ ନିଜ ମଧ୍ୟରେ ପଞ୍ଚ ପରିବର୍ତ୍ତନକୁ ଜାଗୃତ କରିବା ଗୁରୁତ୍ତ୍ୱପୂର୍ଣ୍ଣର ମତ ପୋଷଣ କରିଥିଲେ ‌। ଜିଲ୍ଲା ସହ ପ୍ରମୁଖ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ପଶ୍ଚିମ ସଂଭାଗ ସଂଯୋଜକ ଜ୍ୟୋତି ରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ ତଥା ବର୍ଗର ବୃତ୍ତ କଥନ କରିଥିବା ବେଳେ ପଶ୍ଚିମ ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଲୋକନାଥ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା। ଗୁରୁମା ମାନଙ୍କ ଦ୍ଵାରା ସାମୂହିକ କଣ୍ଠ ସଂଗୀତ ସମସ୍ତ ଙ୍କ ମନମୁଗ୍ଧକର ଥିଲା। ବରଗଡ଼, ସମ୍ବଲପୁର ଓ ରାଉରକେଲା ବିଭାଗରୁ ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ୧୩୨ ଟି ଶିଶୁ ମନ୍ଦିର ରୁ ୧୪୦ ଜଣ ଗୁରୁଜୀ ଗୁରୁମା ୧୫ ଜଣ ପ୍ରଶିକ୍ଷକ ପ୍ରଶିକ୍ଷିକା ଯୋଗଦେଇ ୪୮ଟି କାଳାଂଶ ରେ ଶିକ୍ଷା ଅର୍ଜନ କରିଥିଲେ।

ପଶ୍ଚିମ ସମ୍ଭାଗ ପ୍ରଭାରୀ ଦେବେନ୍ଦ୍ର ପଟ୍ଟନାୟକ,ସମ୍ବଲପୁର ବିଭାଗ ନିରୀକ୍ଷକ ଜୟ କିଶୋର ପଣ୍ଡା, ବରଗଡ଼ ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି, ରାଉରକେଲା ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ପ୍ରଦୀପ ମିଶ୍ର, ସଂକୁଳ ପ୍ରମୁଖ ଡଃ ଦ୍ଵାଦଶ କୁମାର ପ୍ରଧାନ,ସଂପାଦକ ଜନକଲାଲ ମେହେର, ଜିଲ୍ଲା ସଂଘ ଚାଳକ ରୋହିତ କୁମାର ମେହେର ,ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଓ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ସଭାପତି ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷା ବିକାଶ ସମିତି ତରଫରୁ ବରଗଡ଼ ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି ସମସ୍ତଙ୍କୁ ଶୁଭେଚ୍ଛା ବାର୍ତ୍ତା ସହ ଧନ୍ୟବାଦ ଅର୍ପଣ କରିଥିଲେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥଲା ।

error: Content is protected !!