ବରଗଡ଼-ବରଗଡ ଜିଲ୍ଲା ବରପାଲି ବ୍ଲକ ସଭା ଗୃହ ଠାରେ ବରପାଲି ତହସିଲଦାର ରୁକ୍ମଣ ମେହେରଙ୍କ ଅଧ୍ୟକ୍ଷତାରେ ମହାନ ପୌରାଣିକ ୧୪୮ ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲୋକ ପ୍ରତିନିଧି ତଥା କମିଟିର ସମସ୍ତ ସାଦସ୍ୟଙ୍କୁ ନେଇଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଉଥିଲା । ବୈଠକରେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡତିଆ, ବରଗଡ଼ ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ,ଏସ ଡି ପି ଓ ପଦାରବିନ୍ଦ୍ ତ୍ରିପାଠୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ,

ଏନଏସି ଅଧ୍ୟକ୍ଷ ଦୀନେଶ ଗହୀର, ସାଂସଦ ପ୍ରତିନିଧି ପଦ୍ମଲୋଚନ ସାହୁ , ବରପାଲି ବ୍ଲକ ବିଡ଼ିଓ ସୁମନ୍ତ କୁମ୍ଭାର ,ଅତିତିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତ୍ନକୁମାର ଭୋଇ ମଞ୍ଚାସିନ ରହିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ, ଜଳସମ୍ପଦ ବିଭାଗ, ଅଗ୍ନିଶମ ବିଭାଗ,ବିଦ୍ୟୁତ ବିଭାଗ,ପୋଲିସ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ବରପାଲି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ କମିଟି ସଭାପତି ଆନନ୍ଦ ବାବୁ,ସମ୍ପାଦକ ଜୟନ୍ତ ତ୍ରିପାଠୀ,ବରିଷ୍ଠ ସଭ୍ୟ ପିନାକୀ ଦାଶ ଙ୍କ ସମେତ ହିମାଦ୍ରୀ ନଗର ପାର୍ବତୀ ବିବାହ ଉତ୍ସବ କମିଟି ସଭାପତି,

ବରପାଲିର ବିଭିନ୍ନ ଅନୁଷ୍ଠାନ ର ସଭାପତି ସମ୍ପାଦକ ମାନେ ଉପସ୍ଥିତ ରହି ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ର ସୁ ପରିଚାଳନା ଓ ବିଭିନ୍ନ ସମସ୍ୟା ଯଥା ଯାତ୍ରା ସମୟରେ ବାଧା ସୃଷ୍ଟି ହେଉଥିବା ରାସ୍ତାର ସଂପ୍ର ସାରଣ, ରାସ୍ତା ଓ ନାଳ ନର୍ଦ୍ଧମାର ସଫେଇ, ଜବରଦଖଲ ଥିବା ଉଠା ଦୋକାନ ହଟାଇବା, ଯାତ୍ରା ସମୟରେ ପିଇବା ପାଣି ଓ ବିଦ୍ୟୁତ ସମସ୍ୟା ଭଳି ବିଭିନ୍ନ ବିଷୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା । ଶେଷରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।


