Sunday, May 4, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସର୍ବଭାରତୀୟ ବିଞ୍ଝାଲ ସମାଜ ଲାର୍ଟ ସଭାପତିଙ୍କୁ ସମର୍ଦ୍ଧନା ।

ସର୍ବଭାରତୀୟ ବିଞ୍ଝାଲ ସମାଜ ଲାର୍ଟ ସଭାପତିଙ୍କୁ ସମର୍ଦ୍ଧନା ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବିନ୍ଧ୍ୟାବାସିନୀ ମଣ୍ଡପ ଠାରେ ସର୍ବଭାରତୀୟ ବିଞ୍ଝାଲ ସମାଜ ଲାର୍ଟ ସଭାପତି ଗୋବିନ୍ଦ ବାରିହାଙ୍କୁ ଗାଇସିଲେଟ ବିଞ୍ଝାଲ ସମାଜ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଇଷ୍ଟଦେବୀ ମାଁ ବିନ୍ଧ୍ୟବାସିନୀଙ୍କୁ ପୂଜାର୍ଚନା କରି ସ୍ଥାୟୀ ବ୍ଲକ ସଭାପତି ଶଶିଭୂଷଣ ବରିହା ସଭାପତିତ୍ୱରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ସଭାକୁ ଯୁବ ସଂଗ୍ରାମୀ ସଂଜୟ କୁମାର ଜରଜରିଆ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନୂତନ ଭାବରେ ନିର୍ବାଚିତ ହୋଇଥିବା ଜଗଳପାଟ ଗ୍ରା.ପ ସଭାପତି ହେମନ୍ତ ଭୋଇ, ଡାଙ୍ଗବାହାଲ ଗ୍ରା.ପ ସଭାପତି ମଦନ ବରିହା, ଗନିଆପାଲି ଗ୍ରା.ପ ସଭାପତି ପଦ୍ମନ ବରିହାଙ୍କୁ ବ୍ଲକ ସ୍ତରୀୟ ସମାଜ ତରଫରୁ ସମ୍ୱର୍ଦ୍ଧନା ଜଣାଇଥିଲେ ।

ଲାର୍ଟ ସଭାପତି ସମାଜକୁ ଏକ ଶକ୍ତିଶାଳୀ,ସଂସ୍କାର ଓ ସୁନ୍ଦର ସମାଜ ଗଠନ କରିବା ପାଇଁ ସଂକଳ ନେଇ କାମକରିବାକୁ ଆହ୍ୱାନ ଦେଇଥିଲେ ! ପ୍ରତ୍ୟେକ ଗାଁରୁ ଗାଁ ସଭାପତି , ପଂଚାୟତ ସଭାପତି , ବ୍ଲକ ସଭାପତି, ଜିଲ୍ଲା ସଭାପତି ସହ ପରିଚାଳନା କମିଟି ଗଠନକରି କାର୍ଯ୍ୟକାରି କରିବାପାଇଁ କହିଥିଲେ । ବିଭିନ୍ନ କ୍ଷେତ୍ରରେ ତଥା ଶିକ୍ଷା, ସଂସ୍କୃତି, ପରମ୍ପରା, ଅର୍ଥନୈତିକ,ରାଜନୈତିକ କ୍ଷେତ୍ରରେ କେମିତି ଉନ୍ନତି ହେବ ସେଦିଗରେ ଗୁରୁତ୍ୱ ଦେବା ପାଇଁ ଜାତିଭାଇଙ୍କୁ ସଚେତନ କରିଥିଲେ । ସମ୍ପାଦକ ନାରାୟଣ ବରିହା,ନାରୀ ନେତ୍ରୀ ଲିଜା ବରିହା,ବିରଞ୍ଚି ବରିହା, ସଂକ୍ରାଜିତ ବରିହା, ଚାକମନ ବରିହା, ପଙ୍କଜ ଡ଼ୁମାଲ, ଟିକେଶ୍ୱର ସିଂ ବରିହା, ମାନଭଞ୍ଜନ ବରିହା କୃଷ୍ଣ ଡୁଡୁକା ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

error: Content is protected !!