Sunday, March 8, 2026
Homeରାଜ୍ୟଜେନିଥ ଲିଓରେ ଗ୍ରୀଷ୍ମକାଳୀନ ଶିବିର ।

ଜେନିଥ ଲିଓରେ ଗ୍ରୀଷ୍ମକାଳୀନ ଶିବିର ।

ପଦ୍ମପୁର-ପଦ୍ମପୁରର ସମସ୍ତ ଶିଶୁଙ୍କ ପାଇଁ ଜେନିଥ୍ ଲିଓ ତରଫରୁ ଏକ ବିଶାଳ ଗ୍ରୀଷ୍ମ କାଳୀନ ଶିବିରର ଆୟୋଜନ କରାଯାଇଛି। ଏହି ଶିବିରରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଏହି ଶିବିରର ପ୍ରଥମ ଦିନରେ ଶିଶୁମାନେ ଜାମଖେର ସ୍ଥିତ ଫଳ ଉଦ୍ୟାନକୁ ପରିଦର୍ଶନରେ ଯାଇଥିଲେ।

ଶିଶୁ ମାନଙ୍କୁ ଅନେକ ଫଳ ଓ ସବୁଜ ଉଦ୍ୟାନ ଦେଖିବାର ସୁଯୋଗ ମିଳିଲା। ଶିଶୁମାନେ ଆଜିର ଉଦ୍ୟାନ ଦିନକୁ ଶିକ୍ଷା ଓ ଆନନ୍ଦ ର ପୂର୍ଣ୍ଣ ଭାବେ ଉପଭୋଗ କରିଛନ୍ତି। ପିଲାଙ୍କ ଶିକ୍ଷା ଓ ମନୋବିକାଶ ପାଇଁ ଏହି ଅନନ୍ୟ ପଦକ୍ଷେପ ଉପରେ ପଦମପୁର ଅଭିଭାବକମାନେ ଓ ସ୍ଥାନୀୟ ଲୋକମାନେ ବେଶ ଆଗ୍ରହ ଦେଖାଇଛନ୍ତି।

error: Content is protected !!