ପାଇକମାଲ-ପଶ୍ଚିମ ଓଡ଼ିଶାର ପ୍ରାଚୀନ ତୀର୍ଥକ୍ଷେତ୍ର ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ବୁଧବାର ଅପରାହ୍ନ ୪ ଟାରେ ପଖାଳ ଭୋଗ ଲାଗି କରାଯାଇଛି। ଗ୍ରୀଷ୍ମପ୍ରବାହ ସମୟରେ ଅତ୍ୟଧିକ ଉତ୍ତାପ ହେତୁ ଭଗବାନ ନୃସିଂହ ଠାକୁରଙ୍କୁ ଅସହ୍ୟ ଗରମ ଅନୁଭୂତ ହୋଇଥାଏ। ଲୋକେ ଯେପରି ଗ୍ରୀଷ୍ମ କାଳରେ ଅତ୍ୟଧିକ ଉତ୍ତାପ ଯୋଗୁ ପଖାଳକୁ ଖାଦ୍ୟ ରୂପେ ଅନୁପ୍ରାଣିତ କରିଥାଆନ୍ତି ସେପରି ଭଗବାନଙ୍କୁ ମଧ୍ୟ ଗ୍ରୀଷ୍ମ ପ୍ରବାହ ହେତୁ ମୁକ୍ତି ମିଳିବା ପାଇଁ ପଖାଳକୁ ଭୋଗ ରୂପେ ଅର୍ପଣ କରି ତାତିରୁ ମୁକ୍ତି କରାଯାଇଥାଏ।

ଅତି ସରୁ ବାସନା ଚାଉଳରେ ତିଆରି ପଖାଳ ଓ ସେଥିରେ ଟେଭା ପତ୍ର, ଲେମ୍ବୁ,ଦହି ଆଦି ନାନା ପ୍ରକାର ବ୍ୟଞ୍ଜନ ସହ ପ୍ରସ୍ତୁତ ଭୋଗ ଲାଗି କରା ଯାଇଥାଏ। ବୁଧବାର ଠାରୁ ଦୀର୍ଘ ୭ ଦିନ ଧରି ଅପରାହ୍ନରେ ମହାପ୍ରଭୂ ନୃସିଂହ ଠାକୁରଙ୍କୁ ପଖାଳ ଭୋଗ ଲାଗି କରାଯିବ। ଏହାପରେ ଲୋକଙ୍କୁ ମାଗଣାରେ ବଣ୍ଟନ କରାଯିବ।ପଖାଳ ଭୋଗ ପାଇଁ ଦୂର ଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଆସି ପଖାଳ ଭୋଗ ପାଇ ଆନନ୍ଦିତ ହୋଇଥାନ୍ତି।


