Thursday, May 1, 2025
spot_imgspot_imgspot_img
Homeରାଜ୍ୟସଂସ୍କୃତ ଶିକ୍ଷକ ଗୁପ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

ସଂସ୍କୃତ ଶିକ୍ଷକ ଗୁପ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

ପଦ୍ମପୁର-ରାଜବୋରସମ୍ବର ବ୍ଲକ ଅନ୍ତର୍ଗତ ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଗୁପ ସାହୁ ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୩୮ ବର୍ଷ ଶିକ୍ଷକତା କରି ସେ ଅନେକ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିଛନ୍ତି। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ବହୁ ଛାତ୍ରଛାତ୍ରୀ ଓଡ଼ିଶା ତଥା ଓଡ଼ିଶା ବାହାରେ ବିଭିନ୍ନ ପଦ ପଦବୀ ରେ ଅବସ୍ଥାପିତ ହୋଇ ବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି। ଏହି ଅବସରରେ ଆଜି ପ୍ରଧାନଶିକ୍ଷକ ଶ୍ରୀମାନ ଶାନ୍ତନୁ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯଇଥିଲା।

ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି, ବିଦ୍ୟାଳୟ ଉନ୍ନୟନ ତଥା ପରିଚାଳନା କମିଟୀ , ଅଭିଭାବକ, ଅଭିଭାବିକା, ପଞ୍ଚସଖା ଶିକ୍ଷାସେତୁ ସଭାପତି, ମା ତାରିଣୀ ସ୍ୱୟ°ସହାୟିକା ଗୋଷ୍ଠୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ସମେତ ସମସ୍ତ ଛାତ୍ରଛତ୍ରୀ ଉପସ୍ଥିତ ଥିଲେ। ସମସ୍ତେ ଶ୍ରୀ ସାହୁଙ୍କ ସହିତ ଅତିବାହିତ କରିଥିବା ସ୍ମୃତି ର ରୋମନ୍ଥନର କରି ଏକ ଜ୍ଞାନୀ, ଗୁଣୀ, ଛାତ୍ରବତ୍ସଳ , ପରୋପକାରୀ ଶିକ୍ଷକ ଙ୍କୁ ବିଦାୟ ଦେଇ ଭାବବିହ୍ୱଳ ହୋଇପଡ଼ିଥିଲେ।

ପରେ ସମସ୍ତେ ବିଦାୟୀ ଶିକ୍ଷକ ଙ୍କୁ ତାଙ୍କ ନିଜ ଗାଁ ନଅଗାଁ ନିକଟବର୍ତ୍ତୀ ବାଇଗଣଖାରୀ କୁ ଏକ ଶୋଭାଯାତ୍ରା ରେ ପାଛୋଟି ନେଇ ଘରେ ଛାଡ଼ି ଆସିଥିଲେ। ଉକ୍ତ ସଭାକୁ ବରିଷ୍ଠ ଶିକ୍ଷକ ଶ୍ରୀମାନ ତାରିଣୀସେନ ଭୁଏ ପରିଚାଳନା କରିଥିବା ବେଳେ ଶିକ୍ଷକ ଆଶିଷ କୁମାର ବିଶି, ଶେଫାଳୀ ପାତ୍ର, ମୋନାଲିସା ମେହେର , ରାମପ୍ରସାଦ ସାବତ, ସୁଶାନ୍ତ ଗଡତିଆ, ରୀନା ଦାସ , ପବିତ୍ର କଲେତ ପ୍ରଭୃତି ସହଯୋଗ କରିଥିଲେ।

error: Content is protected !!