Thursday, May 1, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରପାଲି ଶୀତଳ ଷଷ୍ଠୀ - ଥାଳ ଉଠିଲା ।

ବରପାଲି ଶୀତଳ ଷଷ୍ଠୀ – ଥାଳ ଉଠିଲା ।

ବରପାଲି-ବରପାଲି ଐତିହ୍ୟ ସମ୍ପନ୍ନ ଶୀତଳ ଷଷ୍ଠୀ ଯାତ୍ରା ଥାଳ ଉଠା ପର୍ବ ସହିତ ଯାତ୍ରାର ଅନୁକୂଳ କାର୍ଯ୍ଯକ୍ରମ ସୂଭାରମ୍ଭ ହୋଇଯାଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରତିବର୍ଷ ଏହି ଅନୁକୂଳ କାର୍ଯ୍ୟକ୍ରମ ପାଳିତ ହୋଇଥାଏ । ବୁଧବାରସକାଳେ ସ୍ଥାନୀୟ କପିଳେଶ୍ୱର ମନ୍ଦିର ପରିସରରେ ଯାତ୍ରା କମିଟି ପକ୍ଷରୁ ରୁଦ୍ରାଭିଷେକ ହୋଇଥିବା ବେଳେ ଅପରାହ୍ନ ରେ ଭଣ୍ଡାର ଗୃହରୁ ଯାତ୍ରା କମିଟି ପକ୍ଷରୁ ଘଣ୍ଟ ବାଦ୍ୟ, ଦୂଲ୍ ଦୁଲି ବାଜା, ଡିଜେ ଆଦି ସହ ଏକ ବିରାଟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା ମାଧ୍ଯମରେ କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ ।

ଅପର ପକ୍ଷରେ ଚଳିତ ବର୍ଷର କନ୍ୟା ପକ୍ଷ ଦାୟିତ୍ଵ ନିର୍ବାହ କରୁଥିବା ବରପାଲି ଭୁଲିଆ ସମାଜ ର ଶୈବ ଭକ୍ତ ବୃନ୍ଦ ମଧ୍ୟ ଏକ ଭବ୍ୟ ଶୋଭାଯାତ୍ରା ରେ ନଗର ପରିକ୍ରମା କରି କପିଳେଶ୍ୱର ମନ୍ଦିର ରେ ପହଞ୍ଚିବା ପରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇ ଥାଳ ଉଠା କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।ଆଜିର ଏହି କାର୍ଯ୍ୟକ୍ରମ ରେ ଯାତ୍ରା କମିଟି ର ସଭାପତି ଆନନ୍ଦ ବାବୁ, ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ ଙ୍କ ସମେତ ଯାତ୍ରା କମିଟି ର ସଭ୍ୟ ତଥା ବରପାଲି ବହୁ ଶୈବ ଭକ୍ତ ଯୋଗ ଦେଇଥିଲେ ।

ଅନ୍ୟ ପକ୍ଷ ରେ ବରପାଲି ଭୁଲିଆ ସମାଜ ର ଶୈବ ଭକ୍ତ ତଥା ଚଳିତ ବର୍ଷ କନ୍ୟା ମାତା ପିତା ସସ୍ମିତା ମେହେର ଓ ସଞ୍ଜୟ ମେହେର ସମେତ ବହୁ ଶୈବ ଭକ୍ତ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ରେ ପୂଜକ ଭାବରେ ପଣ୍ଡିତ ହେମନ୍ତ ମିଶ୍ର, ପଣ୍ଡିତ ସଦାନନ୍ଦ ଦାଶ ଙ୍କ ସହ ମନ୍ଦିର ର ପୂଜକ ଗଣ ସହଯୋଗ କରିଥିଲେ। ଏହି ଅବସରରେ ଜଗତ୍ ଜନନୀ ମାତା ପାର୍ବତୀଙ୍କୁ ଆଗାମି ବର୍ଷର କନ୍ୟା ରୂପେ ପ୍ରାପ୍ତି ଆଶାରେ ବରଗଡ ନିବାସୀ ଦେବାଶିଷ ଦାଶ ସମେତ ଶୈବ ଭକ୍ତ ବୃନ୍ଦ ଶୀତଳ ଷଷ୍ଠୀ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଥିଲେ ।

error: Content is protected !!