Tuesday, April 29, 2025
spot_imgspot_imgspot_img
Homeଖେଳବେଙ୍ଗଲୋରରେ ଓଡ଼ିଆ ଝିଅ ମାରାଥନରେ ଭାଗ ନେଇ ପୁରସ୍କୃତ ।

ବେଙ୍ଗଲୋରରେ ଓଡ଼ିଆ ଝିଅ ମାରାଥନରେ ଭାଗ ନେଇ ପୁରସ୍କୃତ ।

ପଦ୍ମପୁର-ଟିସିଏସ ୱା୍ଲଡ଼ ଟେନକେ ବେଙ୍ଗୁଲୁରୁ ୨୦୨୫ ମାରାଥନରେ ଓଡ଼ିଆ ଝିଅ ଭାଗନେଇ ପୁରସ୍କୃତ ହୋଇଛନ୍ତି। ସେ ହେଲେ ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ସମାଜସେବୀ ବଡ ଶତପଥୀଙ୍କ ଝିଅ ସଫ୍ଟୱେର ଇଞ୍ଜିନିଅର ଅଙ୍କିତା ଶତପଥି। ଟିସିଏସ ୱାର୍ଲଡ ଟେନକେ ବେଙଲୁରୁ ୨୦୨୫ ତରଫରୁ ହେଉଥିବା ମାରାଥନ ଦୌଡ଼ରେ ଭାଗ ନେଇ ରବିବାର ସକାଳ ୬ ଟାରେ ରାଜେନ୍ଦ୍ର ସିଂଜୀ ଆର୍ମି ଅଫିସର ଲନ୍ଟିଟ୍ୟୁଟ କ୍ରିକେଟ ଗ୍ରାଉଣ୍ଡରୁ ବାହାରି ଦୀର୍ଘ ଦଶ କି.ମି.ରାସ୍ତା ଦୌଡ଼ି ଏକ ଘଣ୍ଟା ୧୫ ମିନିଟରେ ସମ୍ପୂର୍ଣ କରିଥିଲେ ଓ ପୁରସ୍କାର ସ୍ୱରୂପ ଟ୍ରଫି ଅନ୍ୟାନ୍ୟ ଜିନିଷ ପାଇଥିଲେ । ଖବର ପାଇ ୟସବନ୍ତପୁର ବେଙ୍ଗୁଲୁରୁ ତାଙ୍କ ସାଙ୍ଗସାଥି ମାନେ ଓଡ଼ିଆ ପରିବାର ତରଫରୁ ଅଭିନନ୍ଦନ ଜଣାଇଥିଲେ ଥିଲେ।

ଏହି ଦୌଡରେରେ ପ୍ରାୟ ୩୫ ହଜାର ପୁଅ ଝିଅ ଯୁବଜ ଯୁବତୀ ବୁଢା ବୁଢ଼ୀ ୧୬ ବର୍ଷରୁ ୬୦ ବର୍ଷ ଯାଏ ଭାଗ ନେଇ ଥିଲେ। ୧ ଘଣ୍ଟା ୨୦ ମିନିଟ ମଧ୍ୟରେ ଯେଉଁମାନେ ୧୦ କିମି ରାସ୍ତା ଦୌଡ଼ି ଥିଲେ ତାଙ୍କୁ ସ୍ୱତନ୍ତ୍ର ପୁରସ୍କାର ମିଳିବା ସହ ବାକି ଯେଉଁମାନେ ଦଶ କିମି ରାସ୍ତା ଦୌଡ଼ି ଥିଲେ ତାଙ୍କୁ ମଧ୍ୟ୍ୟ ପୁରସ୍କୃତ କରାଯାଇଥିଲା।କୁମାରୀ ଇଂ ଅଙ୍କିତା ଏକାଧାରରେ ଜଣେ ପର୍ବତ ଚଢ଼ାଳି, ଦୌଡାଳି,ପ୍ରକୃତିପ୍ରେମି, ଯୋଗ, ପ୍ରାଣାୟାମ ନିଜେ କରି ଅନ୍ୟ ଲୋକଙ୍କୁ ଶିଖାଇବା, ଲୋକଙ୍କୁ ସାହାଯ୍ୟ କରିବା, ବିଶେଷକରି ବୁଢ଼ା ବୁଢ଼ୀ ମାନଙ୍କୁ ଭଲପାଇ ସାହାଯ୍ୟ କରିବା ଇଂ ଅଙ୍କିତାର ନିତିଦିନିଆ କାମ ବୋଲି ସେ କହିଛନ୍ତି । ତାଙ୍କ ସଫଳତାରେ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି।

error: Content is protected !!