ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ଏନଏସି ଅଧିନ ଲାଦରପାଲି ରାମଚଣ୍ଡି କଲ୍ୟାଣ ମଣ୍ଡପରେ ସର୍ବ ଭାରତୀୟ ପ୍ରଗତିଶୀଳ କୁଲତା ମଂଚ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ବ୍ଲକ କୁଲତା ସମାଜ ତରଫରୁ |ଏହି ବାର୍ଷିକ ସମ୍ମିଳନୀରେ ସର୍ବ ପ୍ରଥମେ ରଣେଶ୍ବର ରାମଚଣ୍ଡି ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ଛତିଶଗଡର ୮ଟି ଜିଲା ଓ ଓଡିଶାର ୧୨ଟି ଜିଲା ବସବାସ କରୁଥିବା କୁଲତା ସମାଜର ଶିକ୍ଷିତ ଭାଇଭଉଣୀ ମାନେ ଯୋଗଦାନ କରି କୁଲତା ସମାଜର ସାମାଜିକ ,ଅର୍ଥନୈତିକ,ଶିକ୍ଷା ,ସ୍ବାସ୍ଥ୍ୟ ,ସାସ୍କୃତିକ ,କୃଷି ଦିଗ ପ୍ରତି ଆଲୋଚନା କରିଥିଲେ |

ଏହି ଅବସରରେ କୁଲତା ସମାଜର ଡାକ୍ତର ଶିଶିର କୁମାର ସାହୁ,ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ହୃଷିକେଶ ନାଏକଙ୍କ ପତ୍ନୀ ପଂଚମୀ ନାଏକ ,ବିଷ୍ନୁ ସେବ ଗୁପ୍ତା ଯୋଗଦେଇଥିଲେ | ଜନ କଲ୍ୟାଣ କୁଲତା ସମାଜର ସଭାପତି ଦିବାକର ପ୍ରଧାନ,ଉପସଭାପତି ସୁରେନ୍ଦ୍ର ସ୍ବାଇଁ,ସମ୍ପାଦକ ଦଖିଲ ପଧାନ,ହରେକୃଷ୍ନ ଭୋଇ,ଅମିୟ କୁମାର ସାହୁ,ମନୋରଂଜନ ସାହୁ,ତ୍ରିବିକ୍ରମ ପଧାନ ,ଦେବାର୍ଚ୍ଚନ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମର ଉଦେକ୍ତା ଥିଲେ |


