Monday, April 28, 2025
spot_imgspot_imgspot_img
Homeରାଜ୍ୟଗାନ୍ଧୀ ହେ ଗାନ୍ଧୀ

ଗାନ୍ଧୀ ହେ ଗାନ୍ଧୀ

ଗାନ୍ଧୀ ହେ ଗାନ୍ଧୀ
ଆଏଜତକ୍ ଜଦି ବଅଁଚିଥିତ
ହରଘଡି ପକାତ କାନ୍ଦି
ଗାନ୍ଧୀ ହେ ଗାନ୍ଧୀ।
ରାସ୍ତାର୍ ତରେ ଜଗଡା ଗଦା
ତାର୍ ତରେ ସହରୀ ନାଲି
ସଖାଲ୍ ପାହେଲେ ଘୁସରା ହୁଦା
ମାରୁଥିସନ୍ ହୁଲହୁଲି
ସ୍ବଚ୍ଛ ଭାରତ୍ ଉଭାନ୍ ହେଇ
ଆବରିଛେ ମର୍କଟ୍ ଗନ୍ଧି
ଗାନ୍ଧୀ ହେ ଗାନ୍ଧୀ।୧।
ମାଁ ବୁହେନ୍ ବାଟେ ଚାଲି ଯାଉଥିଲେ
ଦାଏକା ମରା ଶୂନବା ତୁରତି
ପେପର୍ ବାଲାର୍ ପହେଲା ଫରଦ୍
ରେପ୍ ମଡର୍ ନୁ ଭରତି
କାହିଁ ଗଲା ସେ ସତ୍ ଅହିଂସା
ଇଟା ବଦମାସ୍ ମାନକର୍ ଚାନ୍ଦି
ଗାନ୍ଧୀ ହେ ଗାନ୍ଧୀ।୨।
ଗାଁ କେ ଭାଟି ସହରୀ ପାଟି
କଲଚର୍ ଖାଏଲା ଚାଟି
ଗୁରୁପ୍ ପାଟି ସହରୀ ଖଟି
ପର୍ହର୍ ଚୁପରା କୁଟି
ହଜିଜାଇଛେ ଭାରତ୍ ଏକତା
ସଭେ ହଉଛନ୍ ଧନ୍ଦି
ଗାନ୍ଧୀ ହେ ଗାନ୍ଧୀ।୩।
କଳା ବାଲକେ କଏରା କରି
କେତରି କେତରି କଟା
ଦର୍ ନଙ୍ଗଲି କୁର୍ତ୍ତା ଆରୁ
ବିଲେଇ ଅଁପରା ଫଟା
କୁଟି ଖାଏମା କାଟି ପିନ୍ଧମା ବଲି
ଛୁଛେଁ ହଉଥିଲ ଧନ୍ଦି
ଗାନ୍ଧୀ ହେ ଗାନ୍ଧୀ।୪।
ପରହର୍ ବେଁକେ ପାହା ଦେଇ କରି
ପରକେ ଦେଇ ଦୁ଼ଃଖ୍
ଟଁକାର୍ ପଛେ ଦଉଡି ଦଉଡି
ଖୁଜୁଛେ ପରମ୍ ସୁଖ୍
ଧରମ୍ ଇନ ଅନିଏ ପାପର୍
ବନିଯାଇଛେ ବନ୍ଦୀ
ଗାନ୍ଧୀ ହେ ଗାନ୍ଧୀ।୫।
ତୁମର୍ ଭାବ୍ ଇନ ଅଭାବ୍ ସବୁ
ନାଇନ ଆଏଦୁ ଥାବ୍
ତମର୍ ଛାପ୍ ସାଁଖିଲବାରକେ
ଛୁଆବୁଢା କାପକାପ୍
ଗାନ୍ଧୀ ଛାପ୍ ଗଦା ଜମେଇ ରଖଲେ
ଜହଲେଁ ହେବା ବନ୍ଦୀ
ଗାନ୍ଧୀ ହେ ଗାନ୍ଧୀ।୬।
କିଏ ବଲୁଛେ ଶାନ୍ତିର୍ ଭାବେ
ପାଏଲାଁ ବଲି ମୁକତି
ଗାନ୍ଧୀ ନୀତିକେ ଧରିକରି
ଗୁଆଁଲା ଆମର୍ ଶକତି
ପରହର୍ ଦେଶେ ମାହାପୁରୁ ତମେ
ନିଜରନେ ନାଲିର୍ ଗନ୍ଧି
ଗାନ୍ଧୀ ହେ ଗାନ୍ଧୀ।୭।
କେତେ ଛକ୍ ପାର୍କ ନଗର୍ ଇସ୍କୁଲ୍
ବନଲେ ତମର୍ ନାମେ
ପାର୍କ ଠାନେ ଚାଲେ ଏକଷ୍ଟ୍ରା କ୍ଲାସ୍
ବେଲବୁଡିଆ ଦମହେ
ପାଶ୍ଚାତ୍ୟ ପେରେମ୍ ଡେଟିଂ ଚାଟିଂ
ଇନ ସବୁ ଫିକର୍ ଫନ୍ଦି
ଗାନ୍ଧୀ ହେ ଗାନ୍ଧୀ।୮।


ଦୈତାରି ବିଶ୍ବାଳ
ସରକାରୀ ଉଚ୍ଚ ବିଦ୍ୟାଳୟ ଚର୍ଦ୍ଦାପାଲି

error: Content is protected !!