ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁଭସ୍ତମ୍ଭ ସ୍ଥାପନ,ଅଙ୍କୁରାରୋପଣ,ଗଙ୍ଗା ନିମନ୍ତ୍ରଣ,କଳସ ଯାତ୍ରା,ପାରାୟଣ ପଠନ,୨୪ ପ୍ରହର ନାମଯଜ୍ଞ,ପ୍ରବଚନ,ହୋମଯଜ୍ଞ, ମିନାବଜାର, ଆଘୋରି ନୃତ୍ୟ,ଭଜନ ସନ୍ଧ୍ୟା,ଲୋକ ଗୀତ,ଲୋକ ନୃତ୍ୟ,ଦଣ୍ଡନୃତ୍ୟ,ପାଲା,କୀର୍ତ୍ତନ ଧାରା, କୃଷ୍ନଗୁରୁ,ଅପେରା,ଘୁଡୁକା ନାଚ, ଢାପ ନାଚ,ଘୋଡ଼ା ନାଚ,ଶବର ନାଚ,ଅର୍କ୍ରେଷ୍ଟା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଏହା ୧୭ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ୯ ଦିନ ବହୁ ଧୁମଧାମରେ ଅନୁଷ୍ଠିତ ହୋଇଥିଲା ।

ପ୍ରତ୍ୟେକ ଦିନ ଏଠାରେ ପାରାୟଣ ପଠନ ହେଉଥିଲା ଏଥିରେ ନୀଳମଣି ଦାଶ, ବର୍ଷାରାଣୀ ତ୍ରିପାଠୀ, ସ୍ଵପ୍ନାରାଣୀ ଯୋଷୀ,ଅନିତା ବିଶ୍ଵାଳ ଯୋଗଦେଇଥିବା ବେଳେ ସାଂସ୍କୃତିକ ମଞ୍ଚକୁ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଏବଂ ବିଶିଷ୍ଠ କଣ୍ଠ ଶିଳ୍ପୀ ଦୁଃଖୀ ଶ୍ୟାମ ତ୍ରିପାଠୀ ଉଦଘାଟନ କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ପତିତପାବନ ମନ୍ଦିର କର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ଭୁବନ୍ଦେ ସାହୁ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ସାହୁ, ଶନି ମନ୍ଦିର କର୍ତ୍ତା ଭାବରେ ବିକ୍ରମ ସାହୁ ଓ ବିନତୀ ସାହୁ,ବଜରଙ୍ଗ ଗୁଡ଼ି କର୍ତ୍ତା ଭାବରେ ସରୋଜ ଶ୍ରୀଭୂଷଣ ସାହୁ ଓ ଦୀପିକା ସାହୁ, ଯଜ୍ଞକର୍ତ୍ତା ଭାବରେ ମନୋଜ ସାହୁ ଓ ଶୋଭାବତୀ ସାହୁ କାର୍ଯ୍ୟ ତୁଲାଇଥିବା

ବେଳେ ସମ୍ବଲପୁର ପଣ୍ଡିତ ସଭାର ସଭାପତି ପଣ୍ଡିତ ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ର ରାଜ୍ୟ ତଥା ରାଜ୍ୟବାହାରେ ଅନେକ ମନ୍ଦିର ପ୍ରତିଷ୍ଠା କରିଥିବା ଅଭିଜ୍ଞ ପଣ୍ଡିତ ଏଠାରେ ମୁଖ୍ୟ ପୂଜକ ଭାବରେ ଯୋଗ ଦେଇଥିବା ବେଳେ ସହଯୋଗୀ ପୂଜକ ଭାବରେ ବିଦ୍ୟାଭୂଷଣ ନାୟକ,ଦୁଷ୍ମନ୍ତ ଶତପଥୀ, ସତାକ୍ଷି ପ୍ରସାଦ ମିଶ୍ର,କୃଷ୍ଣ ଚନ୍ଦ୍ର ପାଣି,ସରୋଜ ପାଣିଗ୍ରାହୀ,ଗୋବିନ୍ଦ ମିଶ୍ର,ସିଦ୍ଧାର୍ଥ ଦାଶ,ନୀଳମଣି ଦାଶ,ବିଶ୍ଵାମିତ୍ର ଦାଶ ପ୍ରମୁଖ ଯୋଗ ଦେଇ ପୂଜା କାର୍ଯ୍ୟ ତୁଲାଇଥିଲେ । ପ୍ରତ୍ୟେକ ଦିନ ଭକ୍ତ ମାନଙ୍କ ପାଇଁ ଏଠାରେ ଅନ୍ନ ଛତ୍ରର ବ୍ୟବସ୍ଥା କରାଯାଇଥିଲା ଯାହାଫଳରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଥିଲେ ।

ତେବେ ଅଞ୍ଚଳର ସବୁଠାରୁ ଉଚ୍ଚତମ ମନ୍ଦିର ଯାହାର ଉଚ୍ଚତା ୬୮ ଫୁଟ ରହିଥିବା ବେଳେ ବାଇଶି ପାହାଚ ସାଙ୍ଗକୁ ମନ୍ଦିରର କାରୁକାର୍ଯ୍ୟ ଏବଂ ପାରିପାର୍ଶିକ ବିକାଶ ବାସ୍ତବରେ ପୁରୀ ମନ୍ଦିରର ଭ୍ରମ ସୃଷ୍ଟି କରୁଥିବା ବେଳେ ମନ୍ଦିର ଚତୁଃପାଶ୍ୱର୍ରେ ପୋଖରୀ ରହିଥିବାରୁ ଏହାର କାଚକେନ୍ଦୁ ପରି ପାଣିରେ ମନ୍ଦିରର ଛବି ଖୁବ ଆକର୍ଷଣୀୟ ହୋଇଛି ତେବେ ନୀଳଚକ୍ର ଏବଂ ପତିତପାବନ ବାନା ସ୍ଥାପନ ସମୟର ଦୃଶ୍ୟ ହରିବୋଲ,ହୁଳହୁଳୀରେ ପ୍ରକମ୍ପିତ ହେଉଥିବାରୁ ଏକ ଆଧ୍ୟାତ୍ମିକ ପରିବେଶ ଶ୍ରଦ୍ଧାଲୁଙ୍କୁ ବିମୋହିତ କରିବା ସହ ଏଠାକାର ସାଜସଜ୍ଜା ଓ ଆଲୋକମାଳାରେ ଝଲସି ଉଠୁଥିଲା ସମଗ୍ର ଗାଁ ।

ତେବେ ରବିରତନ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ଦିଲ୍ଲୀପ ଯୋଷୀ ମନ୍ଦିରର ଇତିହାସ ଉପରେ ବିବରଣୀ ପ୍ରଦାନ କରିଥିଲେ । ତେବେ ବୁରୋମୁଣ୍ଡା ଗ୍ରାମବାସୀ,ମାତୃ ଶକ୍ତି,ଯୁବଗୋଷ୍ଠୀ,ପୋଲିସ ବାହିନୀ ଏବଂ ଅଞ୍ଚଳ ବାସୀଙ୍କ ସହଯୋଗ କ୍ରମେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବାରୁ କମିଟିର ସଭାପତି ଗୋବର୍ଦ୍ଧନ ଗଡତିଆ,ସମ୍ପାଦକ ଜଗବନ୍ଧୁ ପଧାନ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


