Saturday, April 26, 2025
spot_imgspot_imgspot_img
Homeରାଜ୍ୟପାରଦ ବଢିବା ସହ ବଢୁଛି ପିଇବା ପାଣି ସମସ୍ଯା ।

ପାରଦ ବଢିବା ସହ ବଢୁଛି ପିଇବା ପାଣି ସମସ୍ଯା ।

ଲୁକାପାଲିରେ ୧୫ ଦିନ ହେଲା ସୋଲାର ପ୍ରକଳ୍ପ ଅଚଳ: ପାଣି ପାଇଁଁ ହନ୍ତସନ୍ତ ଗ୍ରାମବାସୀ ।

ପାଇକମାଲ-ରାଜ୍ୟ ସରକାର ଲୋକଙ୍କ ପାଇଁ ପିଇବା ପାଣି ସୁବିଧା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ଯଦି ସେହି ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ନହେଲେ ତେବେ ଜନସାଧାରଣ ଅସୁବିଧାରେ ସମ୍ମୁଖୀନ ହଇରାଣ ହୁଅନ୍ତି। ପାଇକମାଳ ବ୍ଳକ ମିଠାପାଲି ପଞ୍ଚାୟତ ଲୁକାପାଲି (ପିପଲଖୁଣ୍ଟା) ଗାଁରେ ରହନ୍ତି ପାଖାପାଖି ୧୧୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଗାଁ ଲୋକଙ୍କ ପାଇଁ ପିଇବା ପାଣି ପାଇଁଁ ସରକାର ତରଫରୁ ସୋଲାର ପ୍ରକଳ୍ପ ଟା ରହିଛି। ହେଲେ ଗତ ୧୫ରୁ ଉର୍ଦ୍ଧ୍ବ ଦିନ ହେଲା ପ୍ରକଳ୍ପଟି ଅଚଳ ହୋଇପଡିଛି । ଗ୍ରାମବାସୀ ପାଣି ଲୋକେ ପାଣି ପାଇଁଁ ହନ୍ତସନ୍ତ ହୋଇ ହଇରାଣ ହେଉଛନ୍ତି।

ଏନେଇ ବ୍ଳକ ପ୍ରଶାସନକୁ ବାରମ୍ବାର ଏ ବିଷୟରେ ଅବଗତ କଲେ କୌଣସି ସଫଳ ମିଳୁନାହିଁ। ଯାହା ଫଳରେ ସେମାନେ ବହୁତ ହଇରାଣ ହେଉଛନ୍ତି। ଏନେଇ ଆମେ ପାଇକମାଳ ଆରଡବ୍ଳୁଏସଏସ ଜେଇ ଦିବାକର ମୁନ୍ନାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଖରା ଯୋଗୁଁ ସେହି ଯାଗାରେ ଠିକ୍ ଭାବରେ ପାଣି ବାହାରି ପାରୁନାହିଁ ଯାହାଫଳରେ ପାଣି ସୋଲାର ପ୍ରକଳ୍ପ ପାଣି ଉଠାଇ ପାରୁନାହିଁ। ମୁଁ ଶିଘ୍ର ଏ ଦିଗରେ ଦୃଷ୍ଟି ଦେଇ ପାଣି କିପରି ପାଇବେ ସେ ବ୍ୟବସ୍ଥା କରିବି ବୋଲି କହିଛନ୍ତି।

error: Content is protected !!