ବରପାଲି-ବରପାଲି ଶିତଳ ଷଷ୍ଠୀ ୧୪୮ତମ ଯାତ୍ରା ମହୋତ୍ସବର ଥାଳଉଠା ପର୍ବର ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। କମିଟି ସଭାପତି ଆନନ୍ଦ ବାବୁଙ୍କ ସଭାପତିତ୍ବ ରେ ପ୍ରସ୍ତୁତି ବୈଠକ ଭଣ୍ଡାରଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଦେବ ଦେବ ମହାଦେବଙ୍କ ଶ୍ଲୋକ ବନ୍ଦନା ସମ୍ପର୍ଣ୍ଣ ପରେ କାଶ୍ମୀର ପହେଲଗାଁଓରେ ଆତଙ୍କବାଦୀଙ୍କ ଦ୍ବାରା ହୋଇଥିବା ନରସଂହାର ଆକ୍ରମଣରେ ଶିକାର ମୃତକ ମାନଙ୍କ ଉଦ୍ଦେଶ୍ଯରେ ଏକ ମିନିଟ ନୀରବ ପ୍ରାଥନା ମାଧ୍ୟମରେ ଅମରଆତ୍ମା ପ୍ରତି ଶ୍ରଦ୍ଧାଞଳୀ ଅର୍ପଣ କରାଯାଇଥିଲା।

ସଂପାଦକ ଜୟନ୍ତ ତ୍ରିପାଠୀ ଆସନ୍ତା ଅକ୍ଷୟ ତୃତୀୟା ଏପ୍ରିଲ ୩୦ ତାରିଖ ଅପରାହ୍ନରେ ପାରମ୍ପରିକ ରିତିନୀତି ଅନୁସାରେ ଆଦ୍ୟପର୍ବ ଥାଳଉଠା କାର୍ଯ୍ୟକ୍ରମ ବିବରଣୀ ସମ୍ପର୍କରେ ଉପସ୍ଥାପନ ସହ ବିଭିନ୍ନ କମିଟି ଓ ସବ୍ କମିଟି ଗଠନ ପାଇଁ ପ୍ରସ୍ତାବ ରଖିଥିଲେ। ଥାଳଉଠା ର ଶୁଭଲଗ୍ନ ନିର୍ଧାରଣ ପାଇଁ ରୀତିନୀତି କମିଟି ମୁଖ୍ଯ ପିନାକୀ ଦାଶ ଙ୍କ ତତ୍ତ୍ଵାବଧାନ ରେ ପଣ୍ଡିତ ହେମନ୍ତ ମିଶ୍ର ଲଗ୍ନ ଧାର୍ଯ୍ଯ କରିବା ଦାୟୀତ୍ବ ପ୍ରଦାନ ନିପ୍ଷତ୍ତି ଚୁଡାନ୍ତ ହେଲା।

ସର୍ବ ସମ୍ମତ୍ତି କ୍ରମେ ମୀନାବଜାର କମିଟିର ସଂପ୍ରସାରଣ କରାଗଲା। ଏହି କମିଟିରେ ନୂତନ କମିଟି ସଭ୍ଯ ଭାବରେ ପ୍ରଶାନ୍ତ ସାହୁ, ସୁବାଷ ମିଶ୍ର, ଧର୍ମରାଜ ସିଂ ବରିହା, ଦେବେନ୍ଦ୍ର ସାହୁ, ରଜନୀକାନ୍ତ ଦାଶଙ୍କୁ ରଖାଗଲା। ଅକ୍ଷୟ ତୃତୀୟା ତିଥିରେ ଥାଳଉଠା କାର୍ଯ୍ଯକ୍ରମ ସମାପନ ପରେ ଆବଶ୍ୟକତା ଅନୁଯାୟୀ ଅନ୍ଯାନ୍ଯ କମିଟିର ସଂପ୍ରସାରଣ କରାଯିବା ପାଇଁ ସର୍ବ ସମ୍ମତ୍ତି କ୍ରମେ ଗୃହିତ ହୋଇଥିଲା।

ଶେଷରେ ରାଜେନ୍ଦ୍ର ପୂଜାରୀଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ଆନନ୍ଦ ବାବୁ ସଭାସାଙ୍ଗ କରିଥିଲେ। ବୈଠକରେ ବରିଷ୍ଠ ସଦସ୍ୟ ଅଏଁଠୁ ସାହୁ, ହେମନ୍ତ ମିଶ୍ର, ଘାସିରାମ ଶତପଥୀ, ଲକ୍ଷ୍ମୀନାରାୟଣ ଜେନା, ଟିକନୁ ମେହେର, ଗୋପାଳ ରାଉତ, ନବଘନ ପଟେଲ,ସଂଜୀବ ନାୟକ,ବିଭୁତି ସାହୁ, ଧିର ପତି, ପଦ୍ମଲୋଚନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।


